ଅନୁଗୁଳରେ ଫୁଟିଲା ଗୁଳି ! ବଟି ଆଦାୟକକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

28

କନକ ବ୍ୟୁରୋ: ଅନୁଗୁଳରେ ଗର୍ଜିଲା ବନ୍ଧୁକ । ସହରର ଫାୟାର ଷ୍ଟେସନ ନିକଟରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ । ୫୫ନମ୍ବର ଜାତୀୟ ରାଜପଥ ଉପରେ ଜଣେ ବ୍ୟବସାୟୀ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ । ଗୁଳିମାଡରେ ଗୁରୁତର ବ୍ୟବସାୟୀ ଉପେନ୍ଦ୍ର ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦାଦାବଟି ଅଥବା ଅନ୍ୟ କୌଣସି ଆର୍ଥିକ କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପୁଲିସ୍ ସନ୍ଦେହ କରୁଛି । ଏକ ବାଇକରେ ୩ଜଣ ଦୁବୃର୍ତ ଆସି ଉପେନ୍ଦ୍ରଙ୍କ ଉପରକୁ ଲକ୍ଷ୍ୟ କରି ୨ରାଉଣ୍ଡ ଗୁଳିମାଡ କରିଥିଲେ । ଉପେନ୍ଦ୍ରଙ୍କ ଶରୀରରେ ଗୋଟଏ ଗୁଳି ବାଜିଛି । ତେବେ କେଉଁମାନେ ଏହି କାଣ୍ଡ କଲେ ତାହା ଜଣାପଡିନାହିଁ ।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ କିଛି କ୍ଷଣ ପରେ ହିଁ ପହଞ୍ଚି ଥିଲା। ପୁଲିସ କହିଛି ଦାଦାବଟି ଅଥବା ଅନ୍ୟ କୌଣସି ଆର୍ଥିକ କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କ ଉପରକୁ ଲକ୍ଷ୍ୟ କରି ୨ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଉପେନ୍ଦ୍ରଙ୍କ ଶରୀରରେ ଗୋଟିଏ ଗୁଳି ବାଜିଛି। କେଉଁମାନେ ଏହି କାଣ୍ଡ କରିଛନ୍ତି, ସେମାନଙ୍କୁ ଚିହ୍ନି ନାହାନ୍ତି ବୋଲି ସେ ପୁଲିସକୁ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟ ଏକ ଗୁଳିମାଡ଼ ଘଟଣା ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅଞ୍ଚଳରେ ଘଟିଛି। ଦାଦାବଟିକୁ କେନ୍ଦ୍ରକରି ଶିଆଳୀ ଛକ ନିକଟରେ ଥିବା ଅଶୋକ ମଣ୍ଡଳଙ୍କ ମାଛଗଦିରେ ଏହି ଫାଙ୍କା ଗୁଳି ଚାଳନା ହୋଇଛି। ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚଳାଇଥିଲେ। ଭାଗ୍ୟ ବଶତଃ ଅଶୋକ ସେଠାରେ ନଥିଲେ। ଆଲୋଚନା ହେଉଛି ଯେ, ଦୁର୍ବୃତ୍ତମାନେ ପୂର୍ବରୁ ଅଶୋକଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ।