କନ୍ୟାପିତାର ବଡ ହୃଦୟ ! ଝିଅ ବାହାଘରେ ଗରିବଙ୍କୁ ଦାନ କଲେ ୯୦ଟି ଘର

62

ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀଙ୍କ ପରେ ଏବେ ଔରଙ୍ଗାବାଦର ଜଣେ ବ୍ୟବସାୟୀ ନିଜ ଝିଅ ବାହାଘର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଜନାର୍ଦ୍ଦନଙ୍କ ପରି ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ନୁହେଁ ବରଂ ଗରିବଙ୍କ ମୁହଁରେ ହସ ଫୁଟାଇ । ମନୋଜ ମୁନୋଟ ନାମକ ଏହି ବ୍ୟବସାୟୀ ଝିଅ ବାହାଘର ଉପଲକ୍ଷେ ୯୦ ଜଣ ଗୃହହୀନଙ୍କୁ ଘର ପ୍ରଦାନ କରି ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ । ଏଥିପାଇଁ କଲୋନୀ ସଦୃଶ ୯୦ଟି ଘର ନିର୍ମାଣ କରାଯାଇଛି । ଯେଉଁଥିରେ ୯୦ଟି ଗରିବ ପରିବାର ରହିବେ ।

କୋଟି କୋଟି ଟଙ୍କା ଖର୍ଚ୍ଚ କରି ଧୁମଧାମରେ ଝିଅକୁ ବିଦା କରିବାକୁ ଲକ୍ଷ୍ୟ ରଖିଥିବା ମନୋଜ ହଠାତ୍ ବିବାହ ପୂର୍ବରୁ ନିଜ ନିଷ୍ପତି ବଦଳାଇଥିଲେ । ଆଉ ପ୍ରାୟ ୧.୫୦ କୋଟି ଟଙ୍କା ଖର୍ଚ୍ଚ କରି ବାସହରା ମାନଙ୍କ ପାଇଁ ହସ କିଣିବାକୁ ଏହି ପଦକ୍ଷେପ ନେଇଥିଲେ । ସେପଟେ ବାପାଙ୍କ ଏହି ନିଷ୍ପତିରେ ଖୁସି ଥିବା ଝିଅ କହିଛନ୍ତି ଏହା ହେଉଛି ତାଙ୍କ ପାଇଁ ସବୁଠାରୁ ବଡ ଉପହାର । ତେବେ ଝିଅ ଦାନ ସହ ଆଉ ଏକ ପୁଣ୍ୟ କାମ କରି ଥିବାରୁ ଚର୍ଚ୍ଚାରେ ମନୋଜ ।