ଲିଭିଯାଇଛି ଜୀବନଦୀପ । ଭାଂଗିଯାଇଛି ଦୁଇ ପରିବାରର ସ୍ୱପ୍ନ । କିଛି ଘଂଟା ପରେ ନିର୍ବନ୍ଧ ହୋଇଥାନ୍ତା ଆଉ ତାହା ସହ ସେ ସାଜିଥାନ୍ତେ ଜଣକର ଜୀବନ ସାଥୀ । କିନ୍ତୁ ଏକ ଦୁର୍ଘଟଣା ନେଇଛି ଦିଲ୍ଲୀର ଅଭିଜିତ୍ ସିଂହଙ୍କ ଜୀବନ । ଗତ ଶନିବାର ସକାଳେ ବ୍ୟାଚେଲର୍ ପାର୍ଟିରୁ ଅଭିଜିତ୍ ତାଙ୍କ ବିଏମଡବ୍ଲ୍ୟୁ କାରରେ ଫେରୁଥିବାବେଳେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା ।

ତେବେ ବିଡମ୍ବନାର ବିଷୟ ହେଉଛି ଯେ ଦୁର୍ଘଟଣାର ପୁର୍ବଦିନ ତାଙ୍କ ପରିବାର ଲୋକେ ବାରମ୍ବାର ତାଙ୍କୁ ମନାକରୁଥିଲେ ଏହି ପାର୍ଟିକୁ ଯିବାପାଇଁ । କିନ୍ତୁ ସେ ନଶୁଣି ନିଜ ସାଂଗମାନଙ୍କ ସହ ଯାଇଥିଲେ ଏହି ପାର୍ଟିକୁ । ଆଉ ଡେରି ରାତିଯାଏଁ ରହିଥିଲେ । ଶେଷରେ ନିଜ ଘରକୁ ଫେରିବା ବାଟରେ ତାଙ୍କ ବିଏମଡବ୍ଲ୍ୟୁ କାରଟି ପିଟି ହୋଇଯାଇଥିଲା ଲୋଧିରୋଡ୍ ଫ୍ଲାଏ ଓଭରରେ । ଆଉ ଏହି ଦୁର୍ଘଟଣାରେ ସେ ନିଜ ଜୀବନ ହରାଇଥିଲେ ।