ମହିଳା ସଶକ୍ତିକରଣ : ଟାଇ ଭୁବନେଶ୍ୱର ପକ୍ଷରୁ କର୍ମଶାଳା ଆୟୋଜିତ, ମହିଳା ଉଦ୍ୟୋଗୀଙ୍କୁ ଶିଖାଇବ ବ୍ୟବସାୟ କଳା

35

କନକ ବ୍ୟୁରୋ : ପୁରୁଷ ପ୍ରଧାନ ସମାଜରେ ସଫଳତା ହାସଲ କରିବା ଏତେ ସହଜ ନୁହେଁ। ଏହା ସତ୍ତ୍ୱେ କିଛି ମହିଳା ନିଜକୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ଅନେକ ମହିଳା ନିଜକୁ ଉଦ୍ୟୋଗୀ ପଥରେ ଯାତ୍ରୀ କରିଥିଲେ ମଧ୍ୟ ବେଶି ଆଗକୁ ବଢ଼ିପାରିନାହାନ୍ତି। ସେଭଳି ୩୨ ଜଣ ମହିଳାଙ୍କୁ ବ୍ୟବସାୟ ସଫଳତା କଳା ଶିଖାଇବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଛି। ବିଶ୍ୱ ବ୍ୟବସାୟ ଜଗତରେ ବିଜୟ ହାସଲ କରିବା ପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ।

ଟାଇ ଭୁବନେଶ୍ୱର ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଛି। ଏହା ଚାରି ଦିନ ପର୍ଯ୍ୟନ୍ତ ଚାଲିବ। ଏହି କର୍ମଶାଳାର ନାମ ହେଉଛି ଏୟାର୍ସଓ୍ଵି ୨.୦। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହାକୁ ଉଦଘାଟନ କରିଛନ୍ତି। ଭୁବନେଶ୍ୱର କର୍ମଶାଳା ପାଇଁ ୮୦ ମହିଳା ଉଦ୍ୟୋଗୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଚୟନ କରାଯାଇଛି। ଓଡ଼ିଶାର କଟକ, ଭୁବନେଶ୍ୱର, ଜଗତସିଂହପୁର, ଅନୁଗୁଳ, ପୁରୀ ଏବଂ କଳାହାଣ୍ଡି ମହିଳା ଉଦ୍ୟୋଗୀଙ୍କୁ ଚୟନ କରାଯାଇଛି। ସେମାନଙ୍କୁ ଆନ୍ତର୍ଜାତିକ ସ୍ତରର ମେଣ୍ଟର ତଥା ଏୟାର୍ସଓ୍ଵିର ଅଧ୍ୟକ୍ଷା ସୀମା ଚର୍ତୁବେଦୀ ଏବଂ କାରୋଲିନ ଲିଓ୍ଵିସେଭ ସେମାନଙ୍କୁ ତାଲିମ ପ୍ରଦାନ କରିବେ। ଏହି ଅବସରରେ ଟାଇ ଭୁବନେଶ୍ୱରର ସଭାପତି ଦେବାଶିଷ ପଟ୍ଟନାୟକ, କର୍ମଶାଳା ପରିଚାଳିକା ଜୟଶ୍ରୀ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।