ଗୋବର ଓ ଗୋମୂତ୍ରରୁ ତିଆରି ହେଉଛି ଟୁଥପେଷ୍ଟ ଓ କ୍ରିମ୍ ! ମୁମ୍ବାଇର ଉମେଶ ସୋନୀ ଏପରି ଉତ୍ପାଦର ବ୍ୟବସାୟ କରି ଏବେ କୋଟିପତି

57

ଆପଣ ସମସ୍ତେ ଜାଣନ୍ତି ଗାଈ କ୍ଷୀର ଓ ସେଥିରୁ ତିଆରି ସମସ୍ତ ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଗାଈ କ୍ଷୀରରେ ସବୁ ଉପାଦାନ ଭରପୁର ଥାଏ । ଏହା ଶରୀର ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହାକୁ ପିଇଲେ ଶରୀର ସ୍ୱାସ୍ଥ୍ୟବାନ ରହିଥାଏ । ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ । ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ । ଏହା ବ୍ୟତୀତ ଗୋବରରେ ବାୟୋଗ୍ୟାସ ନିର୍ମାଣ କଥା ଆପଣ ସମସ୍ତେ ଜାଣିଥିବେ । ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଗୋଗର ଓ ଗୋମୂତ୍ରରେ ସ୍ନାନ ସମ୍ଭବ । ଏପରି ଜଣେ ଅଜବ ବ୍ୟକ୍ତି ଅଛନ୍ତି ଯିଏ ଏପରି କାମ କରୁଛନ୍ତି । ଆଉ ଗୋବର ଓ ଗୋମୂତ୍ର ବ୍ୟବସାୟ କରି କୋଟି କୋଟି ଟଙ୍କାର ଟର୍ଣ୍ଣଓଭରର ବ୍ୟବସାୟ ଆରମ୍ଭ କରିଛନ୍ତି । ସେ ଏପରି ଏକ କମ୍ପାନୀ ଖୋଲିଛନ୍ତି ଯେଉଁଠି ଗୋବର ଓ ଗୋମୂତ୍ରରୁ ଟୁଥପେଷ୍ଟ କ୍ରିମ ଆଦି ନିର୍ମାଣ କରିବାରେ କାମ ଆସୁଛି ।

କାଓପାଥି ନାମକ ଏହି କମ୍ପାନୀର ସଂସ୍ଥାପନ ଉମେଶ ସୋନୀଙ୍କ ଅନୁସାରେ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଏପରି ଉତ୍ପାଦ ପ୍ରତି ଜାଗରୁକତା ବଢ଼ିବାରେ ଲାଗିଛି । ଆଉ ଏଥିପାଇଁ ବ୍ୟବସାୟରେ ଲାଭ ହେଉଛି । ଏହାପଛରେ ସେ ଆୟୁର୍ବେଦକୁ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ଅନୁସାରେ ଆୟୁର୍ବେଦରେ ଗୋମୂତ୍ର, କ୍ଷୀର, ଦହି ଓ ଘିଅର ବହୁଳ ବ୍ୟବହାର ହୁଏ । ଆଉ ଏହି ଦ୍ରବ୍ୟଗୁଡ଼ିକର ଉପଯୋଗରେ ରୋଗଜୀବାଣୁ ନଷ୍ଟ ହୋଇଯାଏ ।

ତାଙ୍କ ଏହି ପ୍ରକଳ୍ପର ପେଟେଂଟ ମଧ୍ୟ ହୋଇସାରିଛି । ଯାହାକୁ ପାଖାପାଖି ୧୨ଟି ଦେଶରେ ନିର୍ମାଣ କରାଯାଉଛି । ଏହାବ୍ୟତୀତ ଆମେରିକା, ସିଙ୍ଗାପୁର, ଋଷିଆ ଓ ୟୁକ୍ରେନ ଆଦି ଦେଶକୁ ଏହି ଦ୍ରବ୍ୟ ଗୁଡ଼ିକ ରପ୍ତାନୀ ମଧ୍ୟ କରାଯାଉଛି ।