ଏଣିକି ସେଟଅପ ବକ୍ସର ପୋଟାବିଲିଟି ସମ୍ଭବ ! ମୋବାଇଲ ସିମ୍ ଭଳି ବଦଳାଇପାରିବେ ସର୍ଭିସ ପ୍ରୋଭାଇଡର 

ଏଣିକି ସେଟଅପ ବକ୍ସର ପୋଟାବିଲିଟି ସମ୍ଭବ

465

କନକ ବ୍ୟୁରୋ : ବର୍ତମାନ ସମୟରେ ଘରେ ଘରେ ସମସ୍ତେ ଟିଭି ଦେଖିବାରେ ଅଭ୍ୟସ୍ତ । କେବଳ ଅଭ୍ୟସ୍ତ କହିଲେ ହେବ ନାହିଁ ବରଂ ବିନା ଟିଭିରେ ଲୋକମାନେ ବଞ୍ଚିବା କଷ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆପଣ ଆପଣଙ୍କ ଘରକୁ ଟିଭି କନେକ୍ସନ ଦେଇଥିବା ଅପରେଟର ଉପରେ ଯଦି ଆପଣ ଅଶାନ୍ତି ହେଉଛନ୍ତି । ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ । ମୋବାଇଲରେ ସିମ ବଦଳାଇବା ପରି ଆପଣ ମଧ୍ୟ ଟିଭି ଅପରେଟର ବଦଳାଇ ପାରିବେ । ମିଳିଥିବା ସୂଚନା ଅନୁସାରେ ଟ୍ରାଇ ୨୦୧୯ ମସିହାରେ ଏପରି ନିୟମ ଆଣିବା ପାଇଁ ଯାଉଛି ଯେ ଆପଣ ଆପଣଙ୍କ ସେଟ ଅପ ବକ୍ସ ଯେକୌଣସି କମ୍ପାନୀର କାର୍ଡ ଲଗାଇପାରିବେ ।

ତେବେ ଭାରତରେ ଯେଉଁମାନେ ନିଜ କେବୁଲ ଅପରେଟରଙ୍କ ସହ ଖୁସି ନାହାନ୍ତି ସେମାନେ ବର୍ତମାନ ସମୟରେ ନିଜ ମନପସନ୍ଦ ଅନୁସାରେ ସେଟ ଅପ ବକ୍ସରେ କାର୍ଡ ଲଗାଇପାରିବେ । ଟ୍ରାଇର ଅଧ୍ୟକ୍ଷ କହିଛନ୍ତି ଯେ, ଆମେମାନେ ଲୋକଙ୍କ ସୁବିଧା ଅନୁସାରେ କାମ କରିବା ପାଇଁ ଚେଷ୍ଟା କରୁଛୁ । ତେଣୁ ଅନେକ ସମୟରେ ଅଭିଯୋଗ ଆସୁଛି ସେମାନେ ଟଙ୍କା ଦେଉଛନ୍ତି ଅଥଚ ନିଜ ମନ ପସନ୍ଦରେ ସେଟ ଅପ ବକ୍ସ ଲଗାଇପାରୁନାହାନ୍ତି । ତେଣୁ ସେମାନଙ୍କ ଦାବି ଅନୁସାରେ ଆମେ ଏପରି ନିଷ୍ପତ୍ତି ନେଇଛୁ । ଆଗାମୀ ଦିନରେ ଲୋକମାନଙ୍କ ସୁବିଧା ଅନୁସାରେ ହିଁ କାମ କରିବୁ । ତେବେ ଟ୍ରାଇର ଏପରି ନିୟମକୁ ତିଖା ବିରୋଧ କରୁଛି ।

ତେଣୁ ଟ୍ରାଇକୁ ନୂଆ ନିୟମ ଲାଗୁ କରିବାରେ ଅସୁବିଧା ହେଉଛି । ଏ ସମ୍ପର୍କରେ ଅନ୍ୟ ୨ କମ୍ପାନୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା ତେବେ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ସେମାନଙ୍କ ଉତ୍ତର ଆସିବାପରେ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଟ୍ରାଇ ସରକାରୀ ଏଜେନ୍ସିଙ୍କ ସହ ଅନେକ ଘରୋଇ କମ୍ପାନୀଙ୍କ ସହ ମଧ୍ୟ ଆଲୋଚନା କରୁଛି । ଆଲୋଚନା ପରେ ସମସ୍ତଙ୍କ ମତାମତ ନିଆଯିବ  ଓ ଏହାପରେ ହିଁ ଆମେ ମାନେ କୌଣସି ନିଷ୍ପତ୍ତି ନେବୁ ବୋଲି ସୂଚନା ମିଳିଛି ।