ରାଜଧାନୀରେ ବନ୍ଧୁକ ମୁନରେ ଅପହରଣ : ଘର ସାମ୍ନାରୁ ବ୍ୟବସାୟିଙ୍କୁ ଉଠାଇନେଲେ ଦୁର୍ବୃତ

28

କନକ ବ୍ୟୁରୋ : ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ । ଘର ଆଗରୁ ଉଠାଇନେଲେ ଦୁର୍ବୃତ । ଭୁବନେଶ୍ୱରର ମାର୍ବଲ ବ୍ୟବସାୟୀ ଦୀପକ ସ୍ୱାମୀଙ୍କୁ ଅପହରଣ ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି । ବ୍ୟବସାୟିକ କାରଣରୁ ଏହି ଅପହରଣ ହୋଇଥିବା ପରିବାର ଲୋକଙ୍କୁ ପକ୍ଷରୁ ଅଭିଯୋଗ କରାଯାଇଛି । ଆଉ କମିଶନରେଟ୍ ପୁଲିସ ଏକ ତିନି ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।

ଘରକୁ ଫେରୁଥିଲେ ଭୁବନେଶ୍ୱରର ମାର୍ବଲ ବ୍ୟବସାୟୀ ଦୀପକ୍ ସ୍ୱାମୀ । ଆପାର୍ଟମେଂଟରେ ଗାଡ଼ି ପାର୍କ କରୁଥିବା ସମୟରେ ଅଚାନକ୍ ଦୀପକଙ୍କୁ ଘେରିଯାଇଥିଲେ ୪ରୁ ୫ଜଣ ବ୍ୟକ୍ତି । ବେଶ କିଛି ସମୟ ଯାଏଁ ଚାଲିଲା ଯୁକ୍ତିତର୍କ । ଆଉ କେହି କିଛି ବୁଝିବା ଆଗରୁ ଦୀପକଙ୍କୁ ଉଠାଇନେଲେ ଏହି ଦୁର୍ବୃତମାନେ ।

ପରିବାରର ଅଭିଯୋଗ ଅନୁସାରେ ବ୍ୟବସାୟୀକ କାରଣ ଯୋଗୁଁ ଦୀପକଙ୍କୁ କିଛି ଲୋକଙ୍କ ସହ ବଚସା ହୋଇଥିଲା । ଟାଙ୍କା କାରବାରକୁ ନେଇ କିଛି ଲୋକ ତାଙ୍କୁ ଧମକ୍ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଆଉ ଏହି ଅପହରଣ ପଛରେ କିଛି ଲୋକଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ଦୀପକଙ୍କ ସ୍ତ୍ରୀ ।

ଏନେଇ ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୁଲିସ । ଦୀପକ ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ ଏକ ୩ ଜଣିଆ ଟିମ୍ ଗଠନ କରିଛି ପୁଲିସ । ଆଉ ଯେଉଁ ସବୁ ବ୍ୟକ୍ତିଙ୍କ ନାଁରେ ଦୀପକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ମଧ୍ୟ ଆବଶ୍ୟକ ପଡ଼ିଲେ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ପୁଲିସ୍ କମିଶନର ସୂଚନା ଦେଇଛନ୍ତି । ବ୍ୟବସାୟିକ କାରଣରୁ ଅପହରଣ ନେଇ ଅଭିଯୋଗ ହେବା ଏବଂ ମାର୍କେଟରୁ ଟଙ୍କା ନେଇ ଟଙ୍କା ଫେରାଉନଥିବା ଅଭିଯୋଗ ହେଉଥିଲେ ବି, କାହିଁକି ଅପହରଣ କରାଯାଇଛି ତାହା ଦୀପକ ସ୍ୱାମୀ ଠାବ ହେବା ପରେ ହିଁ ଘଟଣା ଉପରୁ ପରଦା ଉଠିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –