ସୁଶାନ୍ତ ଖୁଂଟିଆ : ଡିପେଣ୍ଡବଲ୍ ଅଗ୍ରି ସର୍ଭିସେସ୍ ପ୍ରା. ଲିମିଟିଡେର ମ୍ୟାନେଜିଂ ଡିରେକ୍ଟର

26

ଆଇଆଇଏମ୍ ଅହମ୍ମଦାବାଦରୁ ଅଗ୍ରି ବିଜ୍ନେସ୍ ମ୍ୟାନେଜମେଂଟରେ ପୋଷ୍ଟ ଗ୍ରାଜୁଏସନ କରିବା ପରେ ସେ  ଦୀର୍ଘ ୮ ବର୍ଷ ଧରି କର୍ପୋରେଟ ସେକ୍ଟର୍ରେ କାମ କରିଥିଲେ  । ହେଲେ ତାଙ୍କ ମନ ବୁଝି ନଥିଲା । କାରଣ ସ୍ୱପ୍ନ ଥିଲା ଓଡିଶାର କୃଷକ ମାନଙ୍କୁ ଗୋଟିଏ ମଡେଲ ଫାର୍ମି ପ୍ରେଜେକ୍ଟ ତିଆରି କରି ଦେଖାଇବେ  । ଆଉ ତାଙ୍କର ମାର୍ଗ ଦର୍ଶନ କରିବେ  । ଡିପେଣ୍ଡବଲ୍ ଅଗ୍ରି ସର୍ଭିସେସ୍ ପ୍ରା. ଲିମିଟିଡେର ମ୍ୟାନେଜିଂ ଡିରେକ୍ଟର ସୁଶାନ୍ତ ଖୁଂଟିଆ, ଯିଏ ଆଜି ସୃଷ୍ଟି କରି ପାରିଛନ୍ତି ଅଗ୍ରି ବିଜନେସ୍ ୱର୍ଲ୍ଡରେ ଗୋଟେ ନୁଆ କ୍ରାନ୍ତି  ।