ଖୁବଶୀଘ୍ର ୯.୫ ଲକ୍ଷ ପଦବୀ ପାଇଁ ବାହାରିବ ନିଯୁକ୍ତି । ତେବେ ଜାଣନ୍ତୁ ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା

77

କନକ ବ୍ୟୁରୋ : ସାରା ଦେଶରେ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଚାକିରୀ । ତେଣୁ ଅନେକ ସମୟରେ ଅନେକ ସ୍ଥାନରେ ନିଯୁକ୍ତି ବାହାରୁଥିଲେ ମଧ୍ୟ ତାହାର ସମସ୍ତ ତଥ୍ୟ ପିଲାମାନଙ୍କ ପାଖରେ ପହଞ୍ଚୁନଥିବାରୁ ସେମାନେ ସଠିକ ଭାବରେ ଆବେଦନ କରିପାରୁନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଏହି ବର୍ଷ ୯.୫୧ ଲକ୍ଷ ନିଯୁକ୍ତି ବାହାରିବ । ତେବେ ଗତବର୍ଷ ସେପ୍ଟେମ୍ବର ପରେ ଏକାବେଳକେ ଏତେ ପରିମାଣରେ ନିଯୁକ୍ତି ବାହାରିବ ବୋଲି ସୂଚନା ମିଳିଛି । ତେବେ ଏପରି ସୂଚନା EPFO ରେ ପ୍ରକାଶ ପାଇଛି । ଏପରି ନିଯୁକ୍ତି କେଉଁ କେଉଁ ପଦବୀ ପାଇଁ ବାହାରିବା ତାହା ନିର୍ଦ୍ଦିଷ୍ଟ ୱେବସାଇଟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନିଯୁକ୍ତି ବିଷୟରେ ଖୁବଶୀଘ୍ର ସୂଚନା ପ୍ରକାଶ ପାଇବ ବୋଲି ଜଣାପଡିଛି ।