୨୨ ବର୍ଷର ଚାକିରି ପରେ ଆରମ୍ଭ କଲେ ବ୍ୟବସାୟ : ଏବେ ମାସକୁ ୫.୬ କୋଟି ଟଙ୍କା ଆୟ କରୁଛନ୍ତି ବିହାରର ପୂର୍ଣ୍ଣେନ୍ଦୁ

84

ମଣିଷ ମାତ୍ରକେ ସ୍ୱପ୍ନ ଦେଖିବା ସ୍ୱାଭାବିକ କଥା । କିନ୍ତୁ ସ୍ୱପ୍ନକୁ ସାକାର କରିବା କେତେ ଜଣଙ୍କ ଭାଗ୍ୟରେ ଜୁଟେ । ସମସ୍ତ ମଣିଷ କିଛି ନା କିଛି ନୂଆ କରିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରିଥାଆନ୍ତି । କିନ୍ତୁ ସବୁ ସମୟରେ ତାହା ସମ୍ଭବପର ହୋଇପାରେ ନାହିଁ । ଅସୁବିଧା ଦୃଷ୍ଟିରୁ ହେଉ କିମ୍ବା ସମୟ ଅଭାବ କିମ୍ବା ବ୍ୟସ୍ତତା ପାଇଁ ହେଉ ମନ ପସନ୍ଦର କାମ କରିବା ସମ୍ଭବପର ହୋଇପାରେ ନାହିଁ । ଯେତେଚେଷ୍ଟା କଲେ ମଧ୍ୟ କିଛି ନା କିଛି କାମ ଅଧାରେ ରହିଯାଏ । ବିହାରର ମୁଜଫରପୁର ବାସିନ୍ଦା ପୂର୍ଣ୍ଣେନ୍ଦୁ ଏପରି ଜଣେ ମଣିଷ । ସେ ପ୍ରାୟ ୨୨ ବର୍ଷ ଚାକିରି କରିବା ପରେ ନିଜର ବ୍ୟବସାୟ ଆରମ୍ଭ କିରିବାର ସ୍ୱପ୍ନ ସାକାର କରିଛନ୍ତି । ସେ କେବଳ ବ୍ୟବସାୟ ଆରମ୍ଭ କରିଥିଲେ ତା’ନୁହେଁ, ସେ ଆଜି ଜଣେ ସଫଳ ବ୍ୟବସାୟୀ । ପ୍ରତି ମାସ ୫.୬ କୋଟି ଟଙ୍କା ଆୟ ମଧ୍ୟ କରୁଛନ୍ତି ପୂର୍ଣ୍ଣେନ୍ଦୁ ।

୪୫ ବର୍ଷିୟ ପୂର୍ଣ୍ଣେନ୍ଦୁ ୧୯୯୫ରେ ସପିଂ କର୍ପୋରେସନ ଇଣ୍ଡିଆ ସହ ଯୋଡ଼ି ହୋଇଥିଲେ । ସେଠାରେ ସେ ୧ ବର୍ଷିୟ ଟ୍ରେନିଂ ନେଇଥିଲେ ଆଉ ତାଙ୍କୁ ସେଥିପାଇଁ ୪୦,୦୦୦ ଟଙ୍କା ଷ୍ଟାଇପେଣ୍ଟ ମିଳିଥିଲା । ତା’ପରେ ସେ କଡ଼ା ପରିଶ୍ରମ କରିି ଚାକିରିରେ ଯୋଗ ଦେଇଥିଲେ । ଉଚ୍ଚବେତନରେ ଚାକିରି କରୁଥିଲେ ମଧ୍ୟ ମନ ଶାନ୍ତି ହେଉନଥିଲା । କାରଣ ପ୍ରଥମରୁ ନିଜର ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ । ତେଣୁ ସେ ୨୦୧୬ରେ ଚାକିରି ଛାଡ଼ି ଦେଇଥିଲେ । ଆଉ ନିଜର ବ୍ୟବସାୟ ଆରମ୍ଭ କଲେ । ୨୦୧୬ ରେ ସେ କୋଗୋପୋର୍ଟ ଆରମ୍ଭ କରିଥିଲେ । କୋଗୋପୋର୍ଟ ଏକ ଲଜିଷ୍ଟିକ୍ କମ୍ପାନୀ, ଯାହା ବଡ଼ କମ୍ପାନୀର ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଚିତ ଦାମରେ ପରିବହନ କରିବା । କୋଗୋପୋର୍ଟର ଆରମ୍ଭ ସେ ଏକ ୮/୮ ଫୁଟ ଅଫିସରୁ ଆରମ୍ଭ କରିଥିଲେ ।

୨୦୦୩ରେ ସେ ପୂର୍ଣ୍ଣେନ୍ଦୁ ବିବାହ କରିଥିଲେ । ବିବାହ ପରେ ସେ ଚାକିରି ଛାଡ଼ି ଏମବିଏ କରିବା ପାଇଁ ଚିନ୍ତା କରିଥିଲେ । ଏମବିଏ କରିବା ପାଇଁ ସେ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ ନେଇଥିଲେ । ଆଉ ସିଙ୍ଗାପରୁରେ ଏମବିଏ କରିଥିଲେ । ତାଙ୍କ ସ୍ତ୍ରୀ ଭାରତରେ ଏକ ଫାର୍ମା କମ୍ପାନୀରେ କାମ କରୁଥିଲେ । ଏମବିଏ ପାଠ୍ୟକ୍ରମ ଶେଷ କରି ଭାରତ ଫେରିବା ପରେ ସେ ଏକ କମ୍ପାନୀରେ ଚାକିରି କରିଥିଲେ । ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ସେ ସେଠାରେ ଚାକିରି କରିଥିଲେ । ତେବେ ସେ ନିଜ ବ୍ୟବସାୟ କରିବା ପାଇଁ କଠିନ ପରିଶ୍ରମ କରି ୧୦ ଲକ୍ଷ ଡଲାର ସଂଚୟ କରିଥିଲେ । ଆଉ ୨୦୧୬ରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ।

କୋଗୋପୋର୍ଟ ୧୦ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଗ୍ରୋଥ୍ କରୁଛି । ପ୍ରଥମ ବର୍ଷ କମ୍ପାନୀର ଟର୍ଣ୍ଣଓଭର  ୬୮ କୋଟି ଟଙ୍କା ଥିଲା । କମ୍ପାନୀ କୋଗୋପୋର୍ଟ ଏକ ଅନଲାଇନ୍ କାର୍ଗା ଲଜିଷ୍ଟିକ୍ ପ୍ଲାଟଫର୍ମ ଅଟେ । କମ୍ପାନୀ ନିଜ ୱେବସାଇଟରେ ରେଳ, ସିପ୍, ଜାହାଜ କିମ୍ବା ରାସ୍ତାରେ ହେଉଥିବା ସାମଗ୍ରୀ ନେବାଆଣିବା କରେ । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦୦ ପଞ୍ଜିକୃତ ଗ୍ରାହକ ଅଛନ୍ତି । ଏବେ ତାଙ୍କ ଅଫିସରେ ୫୦ ଜଣ କାମ କରୁଛନ୍ତି । ପୂର୍ଣ୍ଣେନ୍ଦୁ ୨୦୧୮ ଶେଷ ପର୍ଯ୍ୟନ୍ତ ୬୮୦ କୋଟି ଟଙ୍କା  ଟର୍ଣ୍ଣଓଭର ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।