କନକ ବ୍ୟୁରୋ : ଯାଜପୁର ଜିଲ୍ଲା ୫ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ଖଇରି ନିକଟରେ ବସ୍- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛିି। ଆହତମାନଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାରୁ ପ୍ରକାଶ ଯେ, କୋଲକାତାରୁ କଟକ ଆସୁଥିବା ଡଲଫିନ୍ ନାମକ ଏକ ଘରୋଇ ବସ ତେଲ ଟାଙ୍କିିରୁ ବସରେ ତେଲ ଭର୍ତ୍ତି କରି ଭୋର ପ୍ରାୟ ସଢ଼େ ୪ଟାରୁ ୫ଟା ସମୟରେ ବାହାରୁଥିବା ବେଳେ ଏକ ଟମାଟୋ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାତ୍ରୀମାନେ ଶୋଇଥିବାରୁ ପ୍ରାୟ ୩୦ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଖବର ପାଇ ବଡ଼ଚଣା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଛନ୍ତି।