ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା: ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେବାରୁ ଓଲଟି ପଡିଲା ଯାତ୍ରୀବାହୀ ବସ୍, ୧୦ ଆହତ

287

କନକ ବ୍ୟୁରୋ: ଡ୍ରାଇଭରର ଅସାବଧାନତା ଯୋଗୁଁ ଓଲିଟାଲା ବସ୍ । ଡ୍ରାଇଭର ମୋବାଇଲରେ କଥା ହେଉଥିବାରୁ ଯାତ୍ରୀବାହୀ ବସ୍ ଓଲଟି ପଡିଥିବା ଅଭିଯୋଗ ହୋଇଛି । ବାଲେଶ୍ୱରରେ ଭାରସ୍ୟାମ ହରାଇ ପୁଣି ଓଲଟି ପଡିଛି ଯାତ୍ରୀବାହୀ ବସ । ବାହାନାଗା ଆଲଦା ଗାଁ ନିକଟରେ ଝାଡେଶ୍ୱର ବସ୍ ଓଲଟି ୧୦ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବସଟି ବରଜଦେଉଳୀରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ମୋଟ ୧୫ ଜଣ ଯାତ୍ରୀ ଆସୁଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି । ତେବେ ଯାତ୍ରୀଙ୍କ କହିବା ଅନୁସାରେ, ଡ୍ରାଇଭର ମୋବାଇଲରେ ଦୀର୍ଘ ସମୟ ଧରି କଥା ହେଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ।