ଟଳିବ କି ବସ ଧର୍ମଘଟ ! ଆଜି ପରିବହନ ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ଆଲୋଚନା, ୧୧ ଦଫା ଦାବି ନେଇ ନଭେମ୍ବର ପହିଲାରୁ ଦେଇଛନ୍ତି ଆନ୍ଦୋଳନ ଡାକରା

35

କନକ ବ୍ୟୁରୋ : ୧୧ ଦଫା ଦାବି ପୂରଣ ପାଇଁ ନଭେମ୍ବର ପହିଲାରୁ ଆନ୍ଦୋଳନର ଡାକରା ଦେଇଥିବା ବସ ମାଲକି ସଂଘକୁ ଆଲୋଚନା ପାଇଁ ଆଜି ସରକାର ଡାକିଛନ୍ତି । ଦିନ ୧୧ଟାରେ ସଚିବାଳୟରେ ପରିବହନ ମନ୍ତ୍ରୀ ନୃସିଂହ ବସ ମାଲିକଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବେ । ଦାବି ନେଇ ଗତ ୩ ତାରିଖରେ ବସ ମାଲିକ ସଂଘ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ , ପରିବହନ ମନ୍ତ୍ରୀ ଓ କମିଶନରଙ୍କୁ ଦାବି ପତ୍ର ଦେଇଥିଲେ । କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ନଭେମ୍ବର ପହିଲାରୁ ଧର୍ମଘଟ ଡାକରା ଦେଇଛନ୍ତି । ସରକାରଙ୍କୁ ଅକ୍ଟୋବର ୩୧ ତାରିଖ ଯାଏଁ ମହଲତ ଦେଇଛନ୍ତି ବସ ମାଲିକ ସଂଘ ।

ଏବେ ଆସନ୍ତୁ ଜାଣିବା ପୁରା ମାମଲା କଣ ?

୧୧ ଦଫା ଦାବି ନେଇ ବସ ମାଲିକ ସଂଘ ନଭେମ୍ବର ପହିଲାରୁ ଧର୍ମଘଟ ଡାକରା ଦେଇଛି । ପୋଲିସ ଦ୍ୱାରା ବସ ଚେକିଂ ନିଷ୍ପତିକୁ ଘୋର ବିରୋଧ କରିଛି ମାଲକି ସଂଘ । ସଂଘର ଦାବି ହେଲା-ଟୋଲ ଗେଟଗୁଡିକରେ ବସଯାତ୍ରୀଙ୍କଠାରୁ ଆଦାୟ ହେଉଥିବା ଟୋଲର ବିକଳ୍ପ ବ୍ୟବସ୍ଥା କରାଯାଉ । ଯାତ୍ରୀବାହୀ ବସଗୁଡିକୁ ପୋଲିସ ଯାଂଚରୁ ବାଦ୍ ଦିଆଯାଉ । ସରାକର ବସଗୁଡିକ ଉପରେ ମାତ୍ରାଧିକ ଟିକସ ପକାଉଛନ୍ତି । ଫଳରେ ଯାତ୍ରୀଭଡା ବୃଦ୍ଧି ପାଉଛି । ଏହାକୁ ଘରୋଇ ସଂଘ ମାଲିକ ବିରୋଧ କରିଛି । ଏବେ ଆଶା କରିବା କଥା, ଆଜିର ଆଲୋଚନାରୁ କିଛି ନିଷ୍କର୍ସ ବାହାରିବ । କାରଣ –ରାଜ୍ୟର ଲାଇଫଲାଇନ ହେଉଛି ଘରୋଇ ବସ ଚଳାଚଳ । ଏହା ଉପରେ ଅଧିକାଂଶ ଲୋକ ନିର୍ଭର କରିଥାନ୍ତି ।