ବ୍ରହ୍ମପୁରରେ ନୂଆ ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ନେଇ ବିବାଦ ! ଗମନାଗମନ ସୁବିଧା ନଥିବାରୁ ବସ ମାଲିକ ଯିବାକୁ ଅରାଜି, ବସ ଚଳାଚଳ ଠପ

30

କନକ ବ୍ୟୁରୋ: ବ୍ରହ୍ମପୁର ଟାଉନ ସ୍ଥିତ ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ବସ ଚଳାଚଳ ଠପ ହୋଇଯାଇଛି । ହଳିଆପଦରଠାରେ ୧୨କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ । ତେବେ ନୂଆ ବସଷ୍ଟାଣ୍ଡକୁ ଗମନାଗମନ ସୁବିଧା ନଥିବାରୁ ବସ ମାଲିକମାନେ ଯିବାକୁ ମନାକରୁଛନ୍ତି । ଏହାକୁ ନେଇ ଆଜି ବସ ମାଲିକମାନେ ବସ ଚଳାଚଳ ବନ୍ଦ କରିଛନ୍ତି ।