ନଭେମ୍ବର ୧ ରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟକୁ ଓହ୍ଲାଇବ ଓଡିଶା ବସ ମାଲିକ ସଂଘ !

29

କନକ ବ୍ୟୁରୋ : ନଭେମ୍ବର ୧ ରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟକୁ ଓହ୍ଲାଇବ ଓଡିଶା ବସ ମାଲିକ ସଂଘ । ୧୧ ଦଫା ଦାବି ନେଇ ରାଜ୍ୟସରକାରଙ୍କ ପାଖରେ ସଂଘ ବାରମ୍ବାର ଅଭିଯୋଗ କରି ଆସୁଛି । କିନ୍ତୁ ବାରମ୍ବାର ଅଭିଯୋଗ କରିବା ପରେ ବି ସରକାର ଏଯାବତ କୈାଣସି ପଦକ୍ଷେପ ନେଇନାହାନ୍ତି କି କିଛି ଆଲୋଚନା ମଧ୍ୟ କରିନାହାନ୍ତି । ଯାହାକୁ ନେଇ ବସ ମାଲିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତିା ଗତ ୩ ତାରିଖରେ ବସ ମାଲିକ ସଂଘ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ , ପରିବହନ ମନ୍ତ୍ରୀ ଓ କମିଶନରଙ୍କୁ ଦାବି ପତ୍ର ଦେଇଥିଲେ ।