ଆଜିଠୁ ପୁରୀକୁ ସ୍ୱାଭାବିକ ହେଲା ବସ୍ ସେବା ! ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଭୁବନେଶ୍ୱର ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ

24

କନକ ବ୍ୟୁରୋ: ଆଜିଠାରୁ ପୁରୀକୁ ସ୍ୱାଭାବିକ ହେଲା ବସ୍ ସେବା । ସାମୟିକ ଭାବେ ସ୍ଥଗିତ ରହିଛି ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ପିପିଲିରେ ବସ୍ ପୋଡି ପରେ ଗତକାଲି ବନ୍ଦ ରହିଥିଲା ଭୁବନେଶ୍ୱର-ପୁରୀ ବସ୍ ସେବା ।

ସୂଚନା ମୁତାବକ, ସୋମବାର ପିପିଲିରେ ବସ୍ ପୋଡାଜଳା ଘଟଣାରେ ୫୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସଂଘ ଅଭିଯୋଗ କରିଛି । ଯେଉଁଥିପାଇଁ ମଙ୍ଗଳବାର ସକାôଳଠୁ ପୁରୀକୁ ସମସ୍ତ ବସ୍ ଚଳାଚଳ ବନ୍ଦ ରଖିଥିଲା ବସ୍ ମାଲିକ ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –