ଘାଇକୁ ଖସି ପଡିଲା ଯାତ୍ରୀବାହୀ ବସ୍ : ଘଟଣା ସ୍ଥଳରେ ୬ଜଣଙ୍କ ମୃତ୍ୟୁ, ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ଜାରି

48

କନକ ବ୍ୟୁରୋ : ଶିମଲା ଠାରୁ ୭୦ କିଲୋମିଟର ଦୂର ରାଜଗଢ଼ ନିକଟରେ ଥିବା ନଈନେତୀ ଅଞ୍ଚଳର ଘାଇକୁ ଏକ ଯାତ୍ରୀବାହୀ ବସ୍ ଖସି ପଡିଛି । ଘଟଣା ସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣରୁ ଅଧିକ ଯାତ୍ରୀ ଗୁରୁତରଭାବେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ନିକଟସ୍ଥତ ହସ୍ପିଟାଲରେ ଭର୍ତ୍ତି କରାଇ ଚିକିତ୍ସା ଜାରି ରହିଛି ।

ସୁଚନା ମୁତାବକ ଘଟଣା ଘଟିବାର ତୁରନ୍ତ ସ୍ଥାନୀୟ ଲୋକ ନିକଟସ୍ଥତ ପୋଲିସ୍ କୁ ସୂଚନା ଦେଇଥିଲେ । ଏବଂ ପୋଲିସ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକମାନଙ୍କ ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିିଛି । ପୋଲିସ୍ କହିବା ଅନୁଯାୟୀ ବସ୍ ଟି ମାନବ ରୁ ରାଜଗଢ଼ ଅଭିମୂଖେ ଯାଉଥିବା ସମୟରେ ଦୁର୍ଘଟଣା ର ଘଟିଛି । ବସ ଚାଳକର ଅସାବଧାନତା ନାଁ ଅନ୍ୟ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଛି ପୋଲିସ ।