ବଢିଲା ବସ୍ ଭଡା ! ଜାଣନ୍ତୁ କେଉଁ ବସ୍ ପାଇଁ ଆପଣଙ୍କୁ ଦେବାକୁ ପଡିବ କେତେ ଟଙ୍କା

44

କନକ ବ୍ୟୁରୋ: ରାଜ୍ୟରେ ବଢିଲା ବସ୍ ଭଡା । ଅର୍ଡିନାରୀ ବସରେ କିଲୋମିଟର ପିଛା ୬୫ପଇସାରୁ ୬୭ପଇସାକୁ ବଢିଛି । ସେହିପରି ଏକ୍ସପ୍ରେସ ବସ୍ ଭଡା ୬୮ପଇସାରୁ ୭୦ ପଇସା ଓ ଡିଲକ୍ସ ବସରେ ୯୧ରୁ ୯୫ପଇସାକୁ ବଢିଛି । ଏସି ଡିଲକ୍ସ ବସ୍ ଭଡା ୧ଟଙ୍କା ୧୩ ପଇସାରୁ ବଢି ୧ଟଙ୍କା ୧୭ପଇସା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

ମିଥିବା ସୂଚନା ଅନୁଯାୟୀ, ସାଧାରଣ ବସ ଭଡ଼ା କିଲୋମିଟର ପିଛି ୬୫ ପଇସାରୁ ୬୭ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା ୬୮ ପଇସାରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକପ୍ରେସ ବସ ଭଡ଼ା କିଲୋମିଟର ପିଛା ଦୁଇ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି । ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୯୧ ପଇସାରୁ ୯୫ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ବସର ଭଡ଼ା କିଲୋମିଟର ପିଛା ୧ଟଙ୍କା ୧୩ ପଇସାରୁ ୧ ଟଠଙ୍କା ୧୭ ପଇସାକୁ ବୃଦ୍ଧି କରାଯାଇଛି ।