ମହାରାଷ୍ଟ୍ର କୋହ୍ଲାପୁରରେ ପଂଚଗଙ୍ଗା ନଦୀକୁ ଖସିପଡିଲା ତୀର୍ଥଯାତ୍ରୀ ମିନିବସ୍ ! ଦୁର୍ଘଟଣାରେ ୧୩ ଜଣ ମୃତ

46

କନକ ବ୍ୟୁରୋ : ମହାରାଷ୍ଟ୍ର କୋହ୍ଲାପୁରର ଏକ ତୀର୍ଥଯାତ୍ରୀ ମିନିବସ ପଂଚଗଙ୍ଗା ନଦୀକୁ ଖସିପଡିଛି । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି । ମିନିବସରେ ମୋଟ ୧୭ ଜଣ ତୀର୍ଥ ଯାତ୍ରୀ ଥିଲେ । ୩ ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଆଉ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି । ତୀର୍ଥ ଯାତ୍ରୀମାନେ ଭଗବାନ ଗଣେଶକୁ ଦର୍ଶନ କରି ଫେରୁଥିଲେ । ଏହି ସମୟରେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ବସଟି ୪୫ ଫୁଟ ତଳକୁ ନଦୀକୁ ଖସିପଡିଥିଲା । ଶିବାଜୀ ପୋଲରେ ଗତକାଲି ରାତି ପ୍ରାୟ ୧୨ଟାବେଳେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାରକାର୍ଯ୍ୟରେ ସ୍ଥାନୀୟ ଲୋକ ସହାୟତା କରିଥିଲେ ।

କୋହ୍ଲାପୁର ପୁଲିସ ଅଧିକାରୀଙ୍କ ମୁତାବକ ଶିବାଜୀ ପୁଲରେ ଏହି ଦୁର୍ଘଟଣା ରାତି ପାଖାପାଖି ୧୧.୪୫ରେ ଘଟିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଜଣେ ବ୍ୟଙ୍କି ଦୁର୍ଘଟଣା ବିଷୟରେ ପୋଲସିକୁ ସୂଚନା ଦେଇଥିଲେ । ଦୁର୍ଘଟଣା ଖବଣ ଶୁଣି ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହଯ୍ୟ କରିଥିଲେ ।