ଆସନ୍ତାକାଲି ରାଜ୍ୟବ୍ୟାପି ବସ୍ ଧର୍ମଘଟ । ଦାବି ପୂରଣ ନ ହେବା ନେଇ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ

41

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟବ୍ୟାପି ବସ୍ ଧର୍ମଘଟ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ । ୩ ଦଫା ଦାବି ନେଇ ଧର୍ମଘଟ ରୋକିବା ପାଇଁ ଆଜି ପରିବହନ ମନ୍ତ୍ରୀ ଆଲୋଚନା କରିବା ପାଇଁ ଡାକିଥିଲେ । କିନ୍ତୁ ଆଲୋଚନା କୌଣସି ନିଷ୍କର୍ସ ନବାହାରିବାରୁ କାଲି ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ସିଟି ବସ୍ ଗୁଡିକ ସହର ମଧ୍ୟରେ ଚଳାଚଳ କରିବା, ଟୋଲଗେଟ୍ ଗୁଡିକରୁ ଯାତ୍ରୀବାହି ବସ୍ ଦେୟ ମୁକ୍ତ କରିବା ଏବଂ ରୋଡ୍ ଟ୍ୟାକ୍ସ କମାଇବା ପାଇଁ ଦାବି କରି ଧର୍ମଘଟ ଡାକରା ଦେଇଛି ସଂଘ ।

ଉଲ୍ଲେଖ ଥାଉକି, ଦୀର୍ଘ ଦିନ ଧରି ହେଉଥିବା ଦାବିଗୁଡ଼ିକ ପୂରଣ ପାଇଁ ପୂର୍ବରୁ ସଂଘ ମାର୍ଚ୍ଚ ୧୪ ତାରିଖ କଣ୍ଟ ରଖିଥିଲା । ଏହି ତାରିଖ ପୂର୍ବରୁ ଦାବି ପୂରଣ ନ ହେଲେ ୧୪ ତାରିଖ ପୂର୍ବାହ୍ନରୁ ସାରା ରାଜ୍ୟରେ ୧୭ ହଜାର ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ରୋକ୍ ଠୋକ୍ ମଧ୍ୟ ଶୁଣାଇ ଥିଲା । ମାତ୍ର ଧର୍ମଘଟ ରୋକିବା ପାଇଁ ଆଜି ପରିବହନ ମନ୍ତ୍ରୀ ଆଲୋଚନା କରିବା ପାଇଁ ଡାକିଥିଲେ । କିନ୍ତୁ ଆଲୋଚନା କୌଣସି ନିଷ୍କର୍ସ ନବାହାରିବାରୁ କାଲି ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି । କିନ୍ତୁ ଦାବି ପୂରଣ ନେଇ ସରକାର ପଦକ୍ଷେପ ନେଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୧୪ ତାରିଖ ପୂର୍ବରୁ ସରକାର ଦାବି ମାନି ନ ନେଲେ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସଂଘର ଦୃଢ ଚେତାବନୀ ଦେଇଥିଲା ।

ସେହିପରି ବସ୍ ଗୁଡ଼ିକ ଉପରେ ବର୍ଦ୍ଧିତ ବୀମା ରାଶି ଉପରେ କେନ୍ଦ୍ର ସରକାରଙ୍କୁ ବୀମା ରାଶି କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରିବା ଉପରେ ମଧ୍ୟ ପୂର୍ବରୁ ଆଲୋଚନା ହୋଇଥିଲା । ଏହାସହ ବେଆଇନଭାବେ ଚଳାଚଳ କରୁଥିବା ଓ ଯାତ୍ରୀମାନଙ୍କୁ ବେଆଇନଭାବେ ପରିବହନ କରୁଥିବା ଛୋଟ ଗାଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଯାତ୍ରୀବାହୀ ବସ୍ ପରମିଟ୍ ମାଲିକାନା ପରିବର୍ତନ ପ୍ରସ୍ତାବ ଦୀର୍ଘଦିନରୁ ପାରିତ ହେବାକୁ ଥିବା ବେଳେ ବିଭିନ୍ନ ଆଳ ଦେଖାଇ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ରାଜ୍ୟର ବିଭିନ୍ନ ମାର୍ଗରେ ନୂତନ ପରମିଟ୍ ପୂର୍ବରୁ ଏହି ମାର୍ଗରେ ସନ୍ତୁଳିତ ସମୟସାରଣୀ ନିର୍ଧାରଣ କରିବା ପରେ ନୂତନ ପରମିଟ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯିବାକୁ ସଂଘର ଦାବି ରହିଛି ।