ସମାଜରେ ମାନବିକତା ଦିନକୁ ଦିନ ହଜିଯାଉଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ଜଣେ ଅଟୋ ଚାଳକ । ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଉପକାର ଓ ସାହାଯ୍ୟ ପାଇଁ ସବୁବେଳେ ଆଗେଇ ଆସି ଥାଆନ୍ତି। ଉତ୍ତରପ୍ରଦେଶର ପରିବହନରେ ଚାକିରି କରୁଥିବା ଜଣେ ଚାଳକ ଓ ବସ୍ କଣ୍ଡକ୍ଟର ଏମିତି ଏକ କାମ କରିଛନ୍ତି ଯାହା କି ଚର୍ଚ୍ଚାର ପରିସରରେ ରହିଛି।
ଗତ ଶନିବାର ଜଣେ ଯାତ୍ରୀ ମେରଠ ଡିପୋର ବସ୍ ସଂଖ୍ୟା ୟୁପି୧୫ଏଟି୮୧୮୮ରେ ଯାତ୍ରା କରୁଥିଲେ। ଯାତ୍ରୀଙ୍କ ପାଖରେ ଅନେକଗୁଡ଼ିଏ ଜିନିଷ ଥିଲା। ସେ ଯେତେବେଳେ ତାଙ୍କ ଗନ୍ତବ୍ୟ ସ୍ଥାନରେ ଓହ୍ଲାଇଲେ ଏକ ଏଲଇଡି ଟିଭି ଓ ଗୋଟିଏ ବ୍ୟାଗ୍ ବସରେ ଛାଡ଼ି ଯାଇଥିଲେ। ଡିପୋରେ ପହଞ୍ଚିବା ପରେ ଯେତେବେଳେ ସେହି ବ୍ୟାଗକୁ ଚାଳକ ଓ କଣ୍ଡକ୍ଟର ଖୋଲି ଦେଖିଥିଲେ ସେଥିରେ ଶହେ କି ହଜାର ନୁହେଁ ୧ଲକ୍ଷ ୭୯ହଜାର ନଗଦ ଟଙ୍କା ଥିଲା ଓ ଗୋଟିଏ ଏଲଇଡି ଟିଭି ଥିଲା। ବସ୍ ଚାଳକ ଏନେଇ ତୁରନ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଯାତ୍ରୀ ବି ତାଙ୍କ ବ୍ୟାଗ ଓ ଏଲଇଟି ଟିଭିକୁ ଖୋଜି ପରିବହନ ନିଗମ ସହିତ ସମ୍ପର୍କ କରିଥିଲେ। ଅଧିକାରୀ ଯାତ୍ରୀଙ୍କ ଭେରିଫିକେସନ୍ ପରେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଜିନିଷ ଫେରାଇ ଦେଇଥିଲେ।
Comments are closed.