କାମାକ୍ଷାନଗର : ବସରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୬ ଜଣ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ

65

ଢେଙ୍କାନାଳ : ଆଠମଲ୍ଲିକ ବସ୍ ଦୁର୍ଘଟଣାର ମାତ୍ର ୧୦ଦିନ ପରେ ଆଜି ଢେଙ୍କାନାଳ ନିକଟସ୍ଥ ଭୁବନରେ ଆଉ ଏକ ବସ୍, ଦୁର୍ଘଟଣାର ଶିକାର ହୋଇଛି । ହାଇଭୋଲଟେଜ୍ ୧୧କେଭି ତାର ସଂସ୍ପର୍ଶରେ ଆସି ଜଳିଯାଇଛି ବସ୍ । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହି ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ୮ରୁ ୯ଜଣଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଆହତମାନଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଯାଜପୁରରୁ କାମାକ୍ଷାନଗର ଯାଉଥିବା ଘରୋଇ ବସ୍ ‘ସନ୍ୟାସୀ’ ସବୁଦିନ ଅନ୍ୟ ଏକ ରାସ୍ତା ଦେଇ ଯାଇଥାଏ । ତେବେ ସେହି ରାସ୍ତାର ମରାମତି କାମ ଚାଲିଥିବାରୁ ଆଜି ଏହି ରାସ୍ତା ଦେଇ ଯିବା ସମୟରେ ଦୁର୍ଘଟଣା ଘଟିଛି । ରାସ୍ତାରେ ଓହଳି ରହିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏହି ଦୁର୍ଘଟଣା ଘଟିଛି ।

ବସ୍ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା ସେବା ଯୋଗûଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ସେପଟେ ବସ୍ ଦୁର୍ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରଣବପ୍ରକାଶ ଦାସ । ଏହା ସହ ଇଞ୍ଜିନିୟର-ଇନ୍-ଚିଫ୍ ଦୁର୍ଘଟଣାସ୍ଥଳକୁ ଯିବେ । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।