ବୋଲଗଡ : ୨ଟି ବାଇକକୁ ଧକ୍କା ଦେଇ ଓଲଟିଲା ବସ୍, ୩୫ରୁ ଅଧିକ ଆହତ

22

କନକ ବ୍ୟୁରୋ : ପୁଣି ଓଲଟିଲା ବସ୍ । ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ-ସାରୁଆ ରାସ୍ତାରେ ଓଲଟି ପଡିଛି ଘରୋଇ ବସ୍ ଅନ୍ନପୂର୍ଣ୍ଣା । ବସଟି ନୟାଗଡରୁ ଭୁବନେଶ୍ୱର ଆସୁଥିବା ସମୟରେ ଦୁଇଟି ବାଇକକୁ ଧକ୍କା ଦେବା ପରେ ବସଟି ଓଲଟି ପଡିଥିଲା । ଏଥିରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାରେ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ହସପିଟାଲରେ ଆହତଙ୍କୁ ଭର୍ତି କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ବେଗୁନିଆ ଓ ଖୋର୍ଦ୍ଧା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  ।