ବାଲେଶ୍ୱରରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗସ୍ତ ! ଜଣେ ମୃତ, ୨ ଗୁରୁତର

26

କନକ ବ୍ୟୁରୋ: ବାଲେଶ୍ୱର ସିମୁଳିଆ ଥାନା ୫ ନମ୍ବର ଜାତୀୟ ରାଜପଥରେ ତୀର୍ଥଯାତ୍ରୀ ବସ ଦୁର୍ଗଟଣାଗ୍ରସ୍ତ ହୋଇଛି । ବସକୁ ପଛପଟୁ ଟ୍ରକ ଧକ୍କା ଦେବା ଫଳରେ ବସଟି ଓଲଟି ପଡିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ମଇତାପୁର ଛକରେ ବସଟି ଖରାପ ହୋଇଯିବାରୁ ବସରେ ଯାତ୍ରୀମାନେ ଶୋଇଥିଲେ । ହଠାତ ଟ୍ରକଟି ପଛପଟୁ ଧକ୍କା ଦେବା ଫଳରେ ବସଟି ରାସ୍ତା ତଳକୁ ଓଲଟି ପଡିଥିଲା । ବସରେ ୨୭ ଜଣ ଆନ୍ଦ୍ରପ୍ରଦେଶର ଯାତ୍ରୀ ଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –