ଅସ୍ତରଙ୍ଗ-କାକଟପୁର ରାସ୍ତାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା! ୪ ମୃତ, ୧୦ ଗୁରୁତର

65

କନକ ବ୍ୟୁରୋ: ଅସ୍ତରଙ୍ଗ-କାକଟପୁର ରାସ୍ତାରେ ଆଜି ସକାଳୁ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଅସ୍ତରଙ୍ଗରୁ ପାରାଦ୍ୱୀପ ଯାଉଥିବା ‘ହରିଓମ୍’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିବାବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବସର ହେଲପର ଥିବା ଜଣାପଡିଛି । ଏହି ରାସ୍ତାର ଜୀଉୟନ୍ତି ଛକରେ ଦୁର୍ଘଟଣା ଘଟିଛି । ଆହତଙ୍କୁ କାକଟପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସର ଷ୍ଟିଅରିଂ ଫେଲ୍ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –