କଟକ ମହାନଦୀ ବସ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୫ ଆଇସିୟୁରେ ଭର୍ତ୍ତି । ୧୦ ଯାତ୍ରୀଙ୍କ ମୃତ୍ୟୁ, ଏସସିବିରେ ଆହତଙ୍କୁ ଭେଟିଲେ ନେତା ମନ୍ତ୍ରୀ

451

କନକ ବ୍ୟୁରୋ: କଟକ ମହାନଦୀ ବସ୍ ଦୁର୍ଘଟଣାରେ ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ତେବେ, ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ୪୬ଜଣ ଯାତ୍ରୀ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଡ୍ରାଇଭର ମଧ୍ୟ ଗୁରୁତର ଅବସ୍ଥାରେ ବଡ ମେଡିକାଲରେ ଚିକିତ୍ସିତ ହେଉଛି ।

ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଆସୁଥିବା ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍ ମହାନଦୀ ପୋଲ ତଳକୁ ଖସିପଡିଥିଲା । ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେଇ ବସଟି ପୋଲର ବାଡା ଭାଙ୍ଗି ପ୍ରାୟ ୩୦ଫୁଟ ତଳକୁ ଖସି ପଡିଥିଲା । ମହାନଦୀ ମଝିରେ ବସ୍ ପଡିଥିବାବେଳେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ଶିଖରପୁର ପଟୁ ୪ଟି ବୋଟରେ ଉଦ୍ଧାରକାରୀ ଦଳ ମହାନଦୀ ଭିତରକୁ ଯିବା ସହ କିଛି ବାଟ ବାଲିରେ ଚାଲି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ,ସ୍ଥାନୀୟ ପୋଲିସ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ୧୯୯୮ ନଭେମ୍ବର ୫ରେ କେନ୍ଦ୍ରାପଡା ଜିଲ୍ଲା କୋର୍ରୁଅରୁ କଟକ ଆସୁଥିବା କନକ ଦୁର୍ଗା ବସ୍ ମହାନଦୀ ପୋଲରୁ ତଳକୁ ଖସି ପଡିବାରୁ ୪୭ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ୩ ମହିଳା, ୩୭ ଗୁରୁତର ଏସସିବିରେ ଭର୍ତ୍ତି

ବସଟି ଗତକାଲି ଦିନ ପ୍ରାୟ ସାଢେ ୨ଟା ବେଳେ ବଲଣ୍ଡାରୁ ଭୁବନେଶ୍ବର ଅଭିମୁଖେ ବାହାରି ଥିଲା। ବସରେ ୪୫ଟି ସିଟ ଥିବା ବେଳେ ୧୨ଟି ସ୍ଲିପର ସିଟ୍ ରହିଥିଲା। ବସର ମାଲିକ ଶ୍ରୀକାନ୍ତ କୁମାର ପାଣି ହେଉଛନ୍ତି ତାଳଚେର ବସ୍ ସଂଘ ସଭାପତି। ଘଟଣା ଜଣାପଡ଼ିବା ପରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ‌ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ମିନାକ୍ଷୀ ବେହେରା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଡିସିପି ଅଖିଳେଶ୍ବର ସିଂହ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ପ୍ରକାଶଥାଉକି, ୨୦ ବର୍ଷ ପୂର୍ବେ ସେହି ମହାନଦୀ ପୋଲରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆରୁ କଟକ ଆସୁଥିବାକନକ ଦୁର୍ଗାବସ ମହାନଦୀ ପୋଲରୁ ତଳକୁ ଖସି ପଡିଥିଲା। ବସର ଆଗ ଚକ ଟାୟାର ଫାଟିବାରୁ ବସଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିଲା। ୧୯୯୮ ମସିହା, ନଭେମ୍ବର ତାରିଖ, ଗୁରୁବାର ସକାଳ ପାଖାପାଖି ୯ଟା ୧୫ରେ ଘଟିଥିବା ଏହି ଦୁର୍ଘଟଣାରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହା ରାଜ୍ୟର ସବୁଠୁ ବଡ଼ ତଥା ହୃଦୟବିଦାରକ ଦୁର୍ଘଟଣା ଭାବେ ଆଜି ବି ପରିଗଣିତ ହୁଏ। ସେତେବେଳେ ବସ୍ଟି ଗୁରୁଦ୍ବାର ନିକଟରେ ଖସି ତଳକୁ ଖସି ପଡିଥିବା ବେଳେ ପାଣି ଭିତରୁ ବୋଟରେ ମୃତାହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ତେବେ, ଆଜିର ଘଟଣା ପୁଣିଥରେ ସେଦିନର ସେହି ଦୁଃଖଦ ଘଟଣାକୁ ମନେ ପକାଇ ଦେଇଛି।

୧୯୯୮ ନଭେମ୍ବର  
କନକ ଦୁର୍ଗାବସ୍: ୪୭ ମୃତ
୧୯୯୮ ମସିହା ନଭେମ୍ବର ୫ରେ କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆରୁ କଟକ ଆସୁଥିବାକନକ ଦୁର୍ଗାବସ୍ମହାନଦୀ ପୋଲରୁ ତଳକୁ ଖସି ପଡ଼ିବାରୁ ୪୭ ଜଣଙ୍କର ମୃତ୍ୟୁ ଘଟିଥିଲା।

୨୦୧୬ ଏପ୍ରିଲ୍୧୭ 
ଜନ୍ନତବସ୍: ୨୭ ମୃତ
୨୦୧୬ ମସିହା ଏପ୍ରିଲ୍୧୭ରେ ଦେବଗଡ଼ ଜିଲ୍ଲା ତଲେଇବଣି ବ୍ଲକର ଗଇଲୋ ଘାଟିରେ ଏକ ମର୍ମନ୍ତୁଦ ବସ୍ଦୁର୍ଘଟଣାରେନାଟଶ୍ରୀ ଭାରତୀ ଗଣନାଟ୍ୟ ୨୭ ଜଣ କଳାକାରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା।

୨୦୧୬ ସେପ୍ଟେମ୍ବର
ମହାରାଜାବସ୍: ୧୯ ମୃତ
୨୦୧୬ ମସିହା ସେପ୍ଟେମ୍ବର ୯ରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ଅନ୍ତର୍ଗତ ପୁରୁଣାମଣତ୍ରୀଠାରେ ଏକ ଯାତ୍ରୀବାହି ବସ୍‌ ‘ମହାରାଜା୫୦ ଫୁଟ ପୋଲ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ଲୋକ ପ୍ରାଣ ହରାଇଥିଲେ।