ନିଆଁ ଜାଳିଦେଲା ପରିବାର ! ଶୋଇଥିବା ବେଳେ ଘର ସହ ଜୀବନ୍ତ ଜଳିଗଲେ ମାଆ ଝିଅ

38

କନକ ବ୍ୟୁରୋ : ନିଆଁ ନେଲା ଦୁଇ ଜୀବନ । ଜାଳିଦେଲା ପରିବାରର ସୁଖ ଶାନ୍ତି । ବାରିପଦା ବାଙ୍ଗିରିପୋଷି ଜଗନ୍ନାଥ ଖୁଂଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁ ଲାଗିବାରୁ ମା’ ଝିଅଙ୍କର ମୃତ୍ୟୁ ହୋଇଛି । ମା ବୀଣା ନାୟକ, ଆଠ ବର୍ଷର ଝିଅ ଚୁମୁକି ନାୟକ ଜୀବନ୍ତ ଜଳିଯାଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରୁ ଘରର ମୁରବୀ ବାବୁ ନାୟକ ଗୁରୁତର ଅବସ୍ଥାରେ ବାରିପଦା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ବାବୁ ନାୟକଙ୍କ ଆଉ ଦୁଇ ଜଣ ପିଲା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘରେ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ ।