ଦିଲ୍ଲୀ : ଗୁରୁଗ୍ରାମ୍ ସଡ଼କରେ ଦୌଡିଲା ଜଳନ୍ତା କାର

95

କନକ ବ୍ୟୁରୋ : ଓଭରବ୍ରିଜ ଉପରେ ଦୌଡିଲା ଜଳନ୍ତା କାର । ଆଉ ତା ପଛେ ପଛେ ଦୌଡି କାରର ମାଲିକ କାରକୁ ଅଟକାଇବା ଉଦ୍ୟମ କରୁଛନ୍ତି । ଗତ ମଙ୍ଗଳବାର ସଂଧ୍ୟାରେ ଏପରି ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ନିକଟ ଗୁରୁଗ୍ରାମର ଫ୍ଲାଏ ଓଭର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ରାକେଶ ଚାଣ୍ଡେଲ ନାମକ ଜଣେ ବ୍ୟକ୍ତି ଗୁରୁଗ୍ରାମର ସେକ୍ଟର ୨୫କୁ ଦିପାବଳୀ ଗିଫ୍ଟ ଦେବାକୁ ଯାଇଥିଲେ ।

ସେ ଘରକୁ ଫେରିବା ବେଳେ ରାଜୀବ ଚୌକ ଫ୍ଲାଏ ଓଭରରେ ତାଙ୍କ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । କାରରେ ନିଆଁ ଲାଗିବା ପରେ ଚଳନ୍ତା କାରରୁ ଡେଇଁପଡିଥିଲେ ରାକେଶ । ଆଉ ବ୍ରିଜ ଉପରେ ଦୌଡୁଥିବା ନିଜ ଜଳନ୍ତା କାରକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ସାହାଯ୍ୟ ପାଇଁ ରାକେଶ ଚିତ୍କାର କରୁଥିଲେ ମଧ୍ୟ କେହି ଜଳନ୍ତା କାରକୁ ଅଟକାଇବାକୁ ସାହାସ କରିନଥିଲେ । ଠିକ୍ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇ ଅଟକିଯାଇଥିଲା ଜଳନ୍ତା କାର । ଏହାପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ।