ତେଜୁଛି ଭିମସାର ଡ଼ାକ୍ତରଙ୍କ ଆନ୍ଦୋଳନ । ୧୩ ଦିନ ଧରି ରୋଗୀ ସେବା ବାଧାପ୍ରାପ୍ତ ।

ଦୀର୍ଘ ୧୩ ଦିନ ହେବ କନିଷ୍ଠ ଡାକ୍ତରଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ବେଳେ ଏଯାବତ୍ ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

51

କନକ ବ୍ୟୁରୋ: ତେଜୁଛି ଭିମସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ । ଦୀର୍ଘ ୧୩ ଦିନ ହେବ କନିଷ୍ଠ ଡାକ୍ତରଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ବେଳେ ଏଯାବତ୍ ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେବେ ଅତିରିକ୍ତ ଡାକ୍ତର ପଠାଇବା ପାଇଁ ଭିମସାର ନିର୍ଦେଶକ ୩ ଦିନ ତଳୁ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି ।

burlaସୂଚନା ମୁତାବକ (ଆଇପିଡି)ରେ ମୋଟ ୧୯୧ ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ବହିର୍ବିଭାଗ (ଓପିଡି)ରେ ୧୭୧୮ ଜଣ ରୋଗୀ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ମାତ୍ର କନିଷ୍ଠ ଡାକ୍ତରମାନେ ନ ଥିବାରୁ ଦୈନନ୍ଦିନ ରୋଗୀସେବା ସହ ଅସ୍ତ୍ରୋପଚାର ଓ ଅନ୍ୟ ଜରୁରୀକାଳୀନ ସେବା ବ୍ୟାହତ ହେଉଛି । କନିଷ୍ଠ ଡାକ୍ତର ସଂଘ ନିର୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ଶେଷ ହୋଇଥିବା ବେଳେ ଏହି ପ୍ରକ୍ରିୟା ନିରପେକ୍ଷତା ନେଇ ଅନେକ ସାମାଜିକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଅଭିଯୋଗଗୁଡ଼ିକର ପୁନଃତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗରୁ ପୁଣି ଏକ ତଦନ୍ତକାରୀ ଦଳ ଭିମସାର ଆସିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

Burla medicalଏହି ଦଳ ପୁଣି ଥରେ ଭିମସାର ଆସିଲେ, ନିଜର ପକ୍ଷ ରଖିବାକୁ ସୁଯୋଗ ପାଇନଥିବା ସଂଗଠନ ତଥା ବ୍ୟକ୍ତିବିଶେଷ ସେମାନଙ୍କର ମତ ରଖିପାରିବେ ବୋଲି କୁହାଯାଉଛି। ତେବେ ଏହି ତଦନ୍ତକାରୀ ଦଳ କେବେ ଆସିବେ ଓ ଏହି ଟିମ୍ରେ କିଏ କିଏ ରହୁଛନ୍ତି, ସେନେଇ ଏଯାବତ୍ କୌଣସି ସୂଚନା ମିଳିନାହିଁ।