ପୁଲିସ୍ ଛାଉଣୀରେ ଭିମସାର କଲେଜ ! ନିର୍ଦ୍ଦେଶକଙ୍କ ଘର ଆଗରେ ୮ ଫ୍ଲାଟୁନ ପୁଲିସ୍ ମୁତୟନ

11

କନକ ବ୍ୟୁରୋ: ପୁଲିସ୍ ଛାଉଣୀରେ ଭିମସାର କଲେଜ, ମେଡିକାଲ ଓ ହଷ୍ଟେଲ । ନିର୍ଦ୍ଦେଶକ ଅଶ୍ୱିନୀ ପୂଝାରୀଙ୍କ ଘର ଆଗରେ ମଧ୍ୟ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଚାପା ଉତ୍ତେଜନା ଲାଗି ରହିଛି । ସେପଟେ ଜୁନିଅର ଡାକ୍ତରମାନେ ଡ୍ୟୁଟିକୁ ଯିବା ପାଇଁ ସୁରକ୍ଷା ମାଗିଥିବା ଜଣାପଡିଛି ।

ଗତକାଲି ଭିମସାରରେ ମୁହାଁମୁହିଁ ହୋଇଥିଲେ ଡାକ୍ତରୀ ଛାତ୍ର ଓ ନିର୍ଦ୍ଦେଶକ ଅଶ୍ୱୀନି ପୂଝାରୀ । ଭିମସାର ନିର୍ଦ୍ଦେଶକଙ୍କ ଘର ଉପରକୁ ପିଜି ଡାକ୍ତରଙ୍କ ଢେଲାମାଡ଼ ପରେ ବୁର୍ଲାରେ ଉତ୍ତେଜନା ଦେଖାଦେଇଛି । ଅଶ୍ୱିନୀ ପୂଝାରୀଙ୍କ ଘର ଉପରେ ପିଜି ଡାକ୍ତର ପଥରମାଡ଼ କରିଥିବା ପ୍ରତିବାଦରେ ଡିଆଇଜି ଅଫିସ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଜନତା । ଅଭିଯୁକ୍ତ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଓକିଲ ସଂଘ ଓ ସ୍ଥାନୀୟ ଲୋକ ଡିଆଇଜି ଅଫିସ ଘେରାଉ କରିଥିଲେ ।