ବୁର୍ଲା ମେଡିକାଲରେ ଶିଶୁ ବଦଳ ଘଟଣାର ଫିଟିଲା ଗୁମର : ପ୍ରକୃତ ମା କୋଳକୁ ଫେରିବ ଶିଶୁକନ୍ୟା

30

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ବୁର୍ଲା ମେଡିକାଲରେ ଶିଶୁ ଅଦଳବଦଳ ଘଟଣାରେ ଫିଟିଛି ଗୁମର । ମେଡିକାଲ ଏସଏନସିୟୁରେ ଶିଶୁ କନ୍ୟା ବଦଳ ଘଟଣା ଡିଏନଏ ରିପୋର୍ଟରୁ ସତ୍ୟ ପ୍ରମାଣିତ ହୋଇଛି । ଏବେ ପ୍ରକୃତ ମା କୋଳକୁ ଫେରିବ ଶିଶୁ କନ୍ୟା । ଶିଶୁ କନ୍ୟା ବଦଳ ଅଭିଯୋଗ ଆଣିଥିବା ସମ୍ବଲପୁର ନାକଟିଦେଉଳ ଅଂଚଳ ପୋଡାଖୋଲ ଗାଁର ଗଗନ ପାତ୍ରଙ୍କ ସନ୍ଦେହ ଶତ ପ୍ରତିଶତ ହୋଇଛି । ଚାଇଲ୍ଡ ଲାଇନକୁ ହସ୍ତାନ୍ତାର ହୋଇଥିବା ଶିଶୁ କନ୍ୟା ଗଗନ ପାତ୍ରଙ୍କର ଏବଂ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଶିଶୁଟି ବୌଦ୍ଧ ଭଅଁରପଥର ଗାଁର ସୁଦାମ ଭୋଇ ଓ ସଂଯୁକ୍ତାଙ୍କର ବୋଲି ସ୍ପଷ୍ଟ ହୋଇଛି । ଗତ ୨୧ ତାରିଖରେ ବୁର୍ଲା ମେଡିକାଲ ଏସଏନସିୟୁ୧୬ ନଂ ଶଯ୍ୟାରେ ଚିକିତ୍ସାଧୀନ ଥିବା ଏକ ଶିଶୁ କନ୍ୟାର ମୃତ୍ୟୁ ପରେ ଶିଶୁ କନ୍ୟା ବଦଳ ହୋଇଥିବା ନେଇ ଗଗନ ପାତ୍ର ଅଭିଯୋଗ କରିଥିଲେ । ଆଜି ପାତ୍ର ଦମ୍ପତିଙ୍କୁ ଶିଶୁ କନ୍ୟା ହସ୍ତାନ୍ତର କରିବ ଚାଇଲ୍ଡ ଲାଇନ ।