କୋମାରେ ସ୍ୱାସ୍ଥ୍ୟ ସେବା : ଆଲୋଚନା ବିଫଳ ହେବା ପରେ ବୁର୍ଲା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି

29

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ୯ ଦଫା ଦାବିରେ ବୁର୍ଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ମଡିକାଲ କର୍ତୃପକ୍ଷଙ୍କ ସହ ଡାକ୍ତରଙ୍କ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଜାରି ରଖିଛି ସଂଘ । ବୁର୍ଲା ମେଡିକାଲର ଅଧ୍ୟକ୍ଷ ଓ ନିର୍ଦେଶକ ଆନ୍ଦୋଳନରତ ଡାକ୍ତର ସଂଘର ସହ ଆଲୋଚନା କରିଥିଲେ । ହେଲେ ଏଥିରେ କୌଣସି ନିର୍ଯାସ ବାହାରି ପାରିନାହିଁ । ପୁଣି ଥରେ ଅପରାହ୍ନରେ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା ହେବର ସମ୍ଭାବନା ରହିଛି । ତେବେ ଜୁନିୟର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ପରେ ଭିମସାରରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରେ ହାଉସ ସର୍ଜନ ଓ ଏମବିବିଏସ ଛାତ୍ରଛାତ୍ରୀ ସାମିଲ ହେବା ପରେ ପରିସ୍ଥିତି ଅଣାୟତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା ପାଇଁ ଭିମସାର ଆସନ୍ତୁ ବୋଲି ଦାବି କରୁଛନ୍ତି ଆନ୍ଦୋଳନକାରୀ ଡାକ୍ତର । ସେପଟେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଥିବାରୁ ଜୁନିୟର ଡାକ୍ତରଙ୍କ ଏକ ଟିମ୍ କାର୍ଯ୍ୟବନ୍ଦ ସତ୍ୱେ ଚିକିତ୍ସା କରିବେ ବୋଲି ଜେଡିଏ ପକ୍ଷରୁ କୁହାଯାଇଛି ।

ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବା ଫଳରେ ବିଗିଡିବାରେ ଲାଗିଛି ବୁର୍ଲା ମେଡିକାଲର ସ୍ୱାସ୍ଥ୍ୟ ସେବା । ୯ ଦଫା ଦାବିରେ ତୃତୀୟ ଦିନରେ ପହଁଚିଛି ଜୁନିୟର ଡାକ୍ତରଙ୍କ ଆନେ୍ଦାଳନ । ସେମାନଙ୍କ ଦାବି ହେଉଛି, ଉନ୍ନତମାନର ଭିତିଭୂମି ଯୋଗାଇ ଦିଆଯାଉ । ପଶ୍ଚିମ ଓଡ଼ିଶାରେ ଏହା ସବୁଠୁ ବଡ ଡାକ୍ତରଖାନା ହୋଇଥିଲେ ଭିତିଭୂମି ଦୃଷ୍ଟିରୁ ପଛରେ ପଡିଛି ଏହି ମେଡିକାଲ୍ । ଦାବି ପୂରଣ ନେଇ ତିନିଥର ଡେଡଲାଇନ ଦେଇ ରାଜ୍ୟ ସରକାର ଫେଲ ମାରିବା ପରେ ପୁଣିଥରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଜୁନିୟର ଡାକ୍ତର । ରବିବାର ଭିମସାର ପ୍ରଶାସନ ସହ ଆଲୋଚନା ବିଫଳ ହୋଇଥିଲା । ମେଡିକାଲ ଆଉଟଡୋର ସମ୍ମୁଖରେ ଧାରଣାରେ ବସି ରହୁଛନ୍ତି ଆନ୍ଦୋଳନ କାରୀ ଡାକ୍ତର ଓ କର୍ମଚାରୀ । ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା ପାଇଁ ଭିମସାର ଆସନ୍ତୁ ବୋଲି ଦାବି କରୁଛନ୍ତି ଆନ୍ଦୋଳନକାରୀ ଡାକ୍ତର । ସେପଟେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଥିବାରୁ ଜୁନିୟର ଡାକ୍ତରଙ୍କ ଏକ ଟିମ୍ କାର୍ୟ୍ୟବନ୍ଦ ସତ୍ୱେ ଚିକିତ୍ସା କରିବେ ବୋଲି ଜେଡିଏ ପକ୍ଷରୁ କୁହାଯାଇଛି ।