କନକ ବ୍ୟୁରୋ : ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବ ଆଣିଦେଇଛି । ଦୁବାଇ ସ୍ଥିତ ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ତ୍ରିରଙ୍ଗା ରଙ୍ଗରେ ସଜେଇ ହୋଇଛି । ଭାରତର ଗଣତନ୍ତ୍ର ଦିବସକୁ ସମ୍ମାନ ଜଚ୍ଚାଇ ବୁର୍ଜ ଖଲିଫାକୁ ସୁନ୍ଦର ଭାବରେ ସଜାଇ ଦିଆଯାଇଛି । ବୁର୍ଜ ଖଲିଫାର ଟ୍ୱିଟର ପେଜରେ ମଧ୍ୟ ଭାରତର ଗଣତନ୍ତ୍ର ଦିବସ ପାଳନ ସଂପର୍କରେ ଟ୍ୱିଟ୍ କରି ଲେଖାଯାଇଛି ।