ଭୁବନେଶ୍ୱରରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା କାର ! ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

25

କନକ ବ୍ୟୁରୋ : ରାଜଧାନୀରେ ଜଳନ୍ତା କାର । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା କାର୍ । ଚାଲୁଥିବା ଅବସ୍ଥାରେ ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ଜଳି ଯାଇଛି କାର । କାରଟି ଯାଉଥିବାବେଳେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହୁତୁହୁତୁ ହୋଇ ଜଳିଥିଲା ଚଳନ୍ତା କାର । କିନ୍ତୁ କାରରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତେବେ ଗାଡି ଚାଲୁଥିବା ବେଳେ ନିଆଁ ଲାଗିଯିବାରୁ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

କିଛିସମୟ ମଧ୍ୟରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । କାରର ଆଗପାଶ୍ୱର୍ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଜାତୀୟ ରାଜପଥ ଉପରେ କାରଟି ଜଳୁଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ନିଆଁ ଲିଭା ହେବା ପର୍ଯ୍ୟନ୍ତ ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଥିଲା ।