ସେନା ଗୁଳିରେ ବୁରହାନ ବ୍ରିଗେଡ ‘ଅଲଆଉଟ’! ବୁରହାନ ଆଣ୍ଡ ଟିମ୍ ପାଇଁ କାଳ ସାଜିଲା ଭାଇରାଲ ଫଟୋ

67

ଇତିହାସ ପାଲଟିଗଲା ବୁରହାନ ବ୍ରିଗେଡ । ସେନା ଗୁଳିରେ ଅଲଆଉଟ ହେଲେ ବୁରହାନ ବ୍ରିଗେଡ । ଗତକାଲି ପୁଲବାନା ଜିଲ୍ଲାରେ ବୁରହାନ ବ୍ରିିଗେଡର ଶେଷ ଆତଙ୍କବାଦୀ ୱାସିମ ଅହମ୍ମଦ ଶାହଙ୍କୁ ନିପାତ କରି ସେନା ଏହି ସଫଳତା ପାଇଛି । ବୁରହାନ ବ୍ରିଗେଡ କହିଲେ ୧୧ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ବୁଝାଉଥିଲା । ୨୦୧୫ରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ହଜିବୁଲ କମାଣ୍ଡର ବୁରହାନ ୱାନି ଓ ଅନ୍ୟ ୧୦ ଆତଙ୍କବାଦୀ ସାଥୀ ଅତ୍ୟାଧୁନିକ ବନ୍ଧୁକ ସହ ନଜରକୁ ଆସିଥିଲେ । ସେତେବେଳେ ଏହି ଫଟୋକୁ ଗଣମାଧ୍ୟମରେ ଜବରଦସ୍ତ ଚର୍ଚ୍ଚା ହୋଇଥିଲା । ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ଏହି ନିର୍ଦ୍ଦୟ ଆତଙ୍କବାଦୀ ଏହି ଫଟୋରେ ଏକ ଭିନ୍ନ ଶୈଳୀରେ ନଜରକୁ ଆସିଥିଲେ । ବୁରହାନ ଓ ତାର ସାଥୀ ଆଟାକିଙ୍ଗ ମୁଡରେ ଥିବା ଏହି ଫଟୋରେ ଜଣାପଡିଥିଲା । କିନ୍ତୁ ଏହି ଫଟୋ ହିଁ ତାଙ୍କ ପାଇଁ ଦିନେ କାଳ ପାଲଟିଯିବ ସେକଥା କେବେ କଳ୍ପନା କରିନଥିଲେ ବୁରହାନ ବ୍ରିଗେଡ ।

burhan2-khuF--621x414@LiveMint୨୦୧୫ରେ ସେନା ଗୁଳିରେ ନିହତ ହୋଇଥିଲା ଗ୍ରୁପ ଲିଡର ବୁରହାନ:
କାଶୀ୍ମରରେ ଆତଙ୍କବାଦର ବିଲୋପ ପାଇଁ ଭାରତୀୟ ସେନା ଓ କାଶ୍ମୀର ପୋଲିସର ମିଳିତ ଉଦ୍ୟମରେ ଆରମ୍ଭ କରିଥିଲା ଅପରେସନ ‘ଅଲଆଉଟ’ । ଏହି ଅପରେସନ ଅନୁଯାୟୀ, ଆତଙ୍କବାଦୀଙ୍କ ଏକ ଲିଷ୍ଟ ପ୍ରସ୍ତୁତ କରିଥିଲା ଭାରତୀୟ ସେନା । ଆଉ ଏହାପରେ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଭାରତୀୟ ସେନା । ଏପରିକି ଏହି ଅପରେସନରେ ସେନା ଶତକ ମଧ୍ୟ ମାରିଥିଲା । ଏହି କ୍ରମରେ ୨୦୧୫ ମସିହାରେ ସୋସିଆଲ ମିଡିଆରେ ଫଟୋ ଆସିବା ପରେ ହିଁ ବୁରହାନ ଓ ତାର ୭ ଜଣ ସାଥୀଙ୍କୁ ଏନକାଉଣ୍ଟର କରିଥିଲା ସେନା । ଏହାପରେ ବାକି ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ଦିନରାତି ଏକ କରିଦେଇଥିଲା ସେନା । ବୁରହାନର ମୃତ୍ୟୁ ପରେ ତାର ଉତ୍ତରାଧିକାରୀ କହୁଥିବା ସବଜାର ଭଟ୍ଟ ଓ ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ୨୦୧୬ରେ ସଫା କରିଥିଲା ସେନା । କିନ୍ତୁ ଏହାପରେ ଅନ୍ୟଜଣେ ଆତଙ୍କବାଦୀ ୱାସିମ ଶାହା ବାରମ୍ବାର ପୋଲିସକୁ ଚକମା ଦେଇ ଚାଲିଥିଲା । କିନ୍ତୁ ଗତକାଲି ୱାସିମର ଲୁଚକାଳି ଖେଳରେ ଯବନିକା ପକାଇଛି ସେନା । ୱାସିମର ମୃତ୍ୟୁ ପରେ ଇତିହାସ ପାଲଟିଯାଇଛି ବୁରହାନ ବ୍ରିଗେଡ । ତେବେ ୱାସିମ କେବଳ ବୁରହାନ ବ୍ରିଗେଡରେ ସାମିଲ ଥିଲା ସେକଥା ନୁହେଁ ବରଂ ବୁରହାନର ମୃତ୍ୟୁ ପରେ ଲସ୍ମର-ଇ-ତୋଇବାର ସହ ସାମିଲ ହୋଇ ଏରିଆ କମାଣ୍ଡର ଭାବେ ଭାରତରେ ଆତଙ୍କ ଖେଳାଉଥିଲା ।

burhan wani 3କଣ ପାଇଁ ଟାର୍ଗେଟରେ ଥିଲା ବୁରହାନ ବ୍ରିଗେଡ :
୨୦୧୫ରେ ସୋସିଆଲ ମିଡିଆରେ ଅତ୍ୟାଧୁନିକ ବନ୍ଧୁକରେ ସଜ୍ଜିତ ବୁରହାନ ଓ ତାର ସାଥୀଙ୍କ ଫଟୋ ଭାଇରାଲ ହେବା ପରେ ସେନା ଓ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । କାରଣ ଏହି ଫଟୋ ହିଁ ଆତଙ୍କବାଦୀଙ୍କ ପ୍ରଚାର ପାଇଁ ଏକ ମାଧ୍ୟମ ପାଲଟିଯାଇଥିଲା । ଏହି ଫଟୋ ଭାଇରାଲ ହେବା ପରେ କାଶ୍ମୀରର ଅଧିକାଂଶ ଯୁବକ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ଆତଙ୍କବାଦୀ ମାନଙ୍କ ଏଭଳି ଖୁଲମଖୁଲା ଫଟୋ କେବେ ସାମ୍ନାକୁ ଆସିନଥିଲା । ପ୍ରଥମଥର ପାଇଁ ୧୧ ଜଣ ଆତଙ୍କବାଦୀ ହତିଆରରେ ସୁସଜ୍ଜିତ ହୋଇ କେବେ ଫଟୋ ଛାଡିବାର ଦେଖାଯାଇନଥିଲା । ଏହି ଫଟୋ ସହ ବୁରହାନ କାଶ୍କୀର ଯୁବକଙ୍କୁ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବାକୁ କହିଥିଲା । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା ।

୧୪ ଅକ୍ଟୋବର ୨୦୧୭ । ସେନା ଗୁଳିରେ ପ୍ରାଣ ହରାଇଥିଲା ୱାସିମ ଅହମ୍ମଦ ଶାହା । ଆଉ ବୁରହାନ ବ୍ରିଗେଡର ଆତଙ୍କରେ ପଡିଥିଲା ପୂର୍ଣ୍ଣଛେଦ । ବୁରହାନ ବ୍ରିଗେଡ ସିନା ନିପାତ ହୋଇଗଲା କିନ୍ତୁ ୧୩୦ ନୂଆ ଆତଙ୍କୀଙ୍କୁ ସୃଷ୍ଟି କରିଯାଇଛି ଏହି ବ୍ରିଗେଡ । ଯେଉଁମାନେ ଭାରତରେ ରହି ଆତଙ୍କ ଖେଳାଉଛନ୍ତି । ଏପରିକି ସେନା ଏମାନଙ୍କ ଲିଷ୍ଟ ମଧ୍ୟ ଅପରେସନ ଅଲଆଉଟରେ ଯୋଡିଛି । ତେବେ ଦେଖିବାକୁ ବାକି ରହିଲା କେବେ ସରୁଛି ଅପରେସନ ଅଲଆଉଟ ଆଉ କେବେ ନିପାତ ହେବେ ସମସ୍ତ ଆତଙ୍କବାଦୀ । କାରଣ ଅପରେସନ ଅଲଆଉଟ ଆରମ୍ଭ ହେବା ପରେ ଆତଙ୍କବାଦୀଙ୍କ ମନରେ ଏକ ଛନକା ପଶିଛି ।