ଅଭିନବ ଉପାୟରେ ଚୋରି ! ମୁହଁରେ ଅଣ୍ଡରୱେର ପିନ୍ଧି ଚୋରି କରିବା ପାଇଁ ବିଲ୍ଡିଂରେ ପଶିଲା ଚୋର

38

ଆଜିକାଲି ଚୋରମାନେ ଅତି ଚତୁରତାର ସହ ଚୋରି କରୁଛନ୍ତି । ପୋଲିସକୁ ଚକମା ଦେବା ପାଇଁ ଅନେକ ଅଭିନବ ଉପାୟ ମଧ୍ୟ ଆପଣାଉଛନ୍ତି । ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ଶୁଣି ଆପଣ ନହସି ରହିପାରିବେ ନାହିଁ । ଟେକ୍ସାସ ପୋଲିସ ଏବେ ଜଣେ ଏପରି ଚୋକୁ ଖୋଜୁଛି, ଯିଏ ଏକ ଅଫସିକୁ ପୁରା ନଷ୍ଟ କରିଦେଇଛି । ବୁଧବାର ଦିନ ପୋଲିସ ବିଭାଗ ହାତରେ ଲାଗିଛି ଏକ ଅଦ୍ଭୁତ ସିସିଟିଭି ଫୁଟେଜ୍, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଫୁଟେଜରୁ ଜଣାପଡ଼ୁଛି ଚୋରି କରିବା ପାଇଁ ଚୋର ଝରକା ଦେଇ ଅଫିସ ଭିତରକୁ ପଶେ । ଆଉ ଚେହେରା ଲୁଚାଇବା ପାଇଁ ମୁହଁରେ ଅଣ୍ଡରୱେର ପିନ୍ଧିଛି ଚୋର । ସୂଚନା ଅନୁସାରେ ହନହେଂଟିଡ଼୍ ଲାଣ୍ଡସ୍କେପ ସପଲାଇଜରେ ଚୋରି ହୋଇଛି । ୧୬ ଜୁନରେ ହୋଇଛି ଅଭିନବ ଉପାୟରେ ଚୋରି ।

ମାତ୍ର କିଛି ସେକେଣ୍ଡର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ଆଉ ଉକ୍ତ ଫୁଟେଜ ଆଧାରରେ ଛାନଭିନ୍ କରୁଛି ପୋଲିସ୍ । ଭିଡ଼ିଓରେ ଦେଖିବା ପାଇଁ ମିଳୁଛି ଜଣେ ବ୍ୟକ୍ତି ମୁହଁରେ ଅଣ୍ଡରୱେର ପିନ୍ଧି କ୍ୟାମେରା ସାମ୍ନାରେ ଦେଇ ବିଲ୍ଡିଂରେ ପଶୁଛି । ଆଉ ଚୋରି କରୁଛି । ଅନେକ ଲୋକ କମେଂଟ ଦେଇଛନ୍ତି ଅଫିସରେ ଚୋର ଫିଙ୍ଗର ପ୍ରତିଂଟ ଛାଡ଼ିଥିବ । ଏହି ଭିଡ଼ିଓକୁ ବୁଧବାର ଦିନ ଫେସବୁକରେ ଶେୟାର କରାଯାଇଥିଲା । କିଛି ଦିନରେ ଏହି ଭିଡ଼ିଓ ୧ ହଜାର ଶେୟାର ହୋଇସାରିଛି । ଭିଡ଼ିଓକୁ ଏକ ଲକ୍ଷରୁ ଅଧିକ ଭିୟୁ ମଧ୍ୟ ମିଳିଥିବା ସୂଚନା ମିଳିଛି ।