କିଏ ଲେଖିଥିଲା ୧୧ ଆତ୍ମହତ୍ୟାର ସ୍କିପ୍ଟ? ଦିଲ୍ଲୀର ରହସ୍ୟମୟ ମୃତ୍ୟୁ ପଛରେ ଗଡମ୍ୟାନଙ୍କ ଭୂମିକାକୁ ନେଇ ଖୋଳତାଡ କରୁଛି ପୋଲିସ

36

କନକ ବ୍ୟୁରୋ: ଦିଲ୍ଲୀର ସନ୍ଥନଗରରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗଡମ୍ୟାନଙ୍କୁ ଖୋଜୁଛି । ମିଳିଥିବା ସୂଚନା ଅନୁସାରେ, ଇଏ ହେଉଛନ୍ତି ସେହି ଗଡମ୍ୟାନ ଯାହାଙ୍କ ନିର୍ଦ୍ଦେଶରେ ଏହି ପୂରା ଘଟଣା ଘଟିଥିଲା । ପୋଲିସ ଏହି ଗଡମ୍ୟାନଙ୍କ ଭୂମିକାକୁ ନେଇ ତନାଘନା ଚଳାଇଛି । ମୃତକଙ୍କ ମୋବାଇଲରୁ ପୋଲିସ ୪ଟି ଫୋନ ନମ୍ବର ପାଇଛି । ଏହି ୪ଟି ଫୋନ ନମ୍ବର ଗଡମ୍ୟାନଙ୍କ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

କଲ ରେକର୍ଡସରୁ ମିଳିଥିବା ସୂଚନା ଆଧାରରେ, ଏହି ଗଡମ୍ୟାନଙ୍କ ଭକ୍ତମାନେ ଏକ ନିର୍ଦ୍ଦିଷ୍ଟ ଦେବତାଙ୍କୁ ପୂଜା କରୁଛନ୍ତି ଏବଂ ଏମାନେ ରାଜସ୍ଥାନର ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସକୁ ମିଳିଥିବା ମୋବାଇଲ ଫୋନ ଗୁଡିକ ସାଇଲେଂଟ ମୋଡରେ ଥିବା ବେଳେ ଏକ କପବୋର୍ଡ ଉପରେ ଥୁଆ ହୋଇଥିବା ଅବସ୍ଥାରେ ମିଳିଥିଲା ।

ପୋଲିସ ସୂଚନା ଅନୁସାରେ ମୋକ୍ଷ ପାଇଁ ଚାଲିଥିବା କ୍ରିୟା ସମୟରେ ମୋବାଇଲର ବ୍ୟବହାର ହେବ ନାହିଁ ବୋଲି ମିଳିଥିବା ଡାଏରୀରେ ଲେଖାହୋଇଛି । ଡାଏରୀରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ରସିରେ ଝୁଲୁଥିବା ବେଳେ ଶେଷ ମୁହୁର୍ତରେ ଭଗବାନ ଆସି ରକ୍ଷା କରିବେ । ଭାଟିଆ ପରିବାରର ୧୧ଜଣ ସଦସ୍ୟ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୭୭ ବର୍ଷିୟ ନାରାୟଣ ଦେବୀ, ତାଙ୍କର ୨ପୁଅ ଭବନେଓ ଏବଂ ଲଳିତ । ସେମାନଙ୍କ ପତ୍ନୀ ସବିତା ଏବଂ ଟିନା ରହିଛନ୍ତି । ଝି୍ଅ ପ୍ରତିଭାଙ୍କ ସହିତ ୫ଜଣ ଛୋଟ ପିଲା ଥିଲେ । ପରିବାରର ୯ଜଣ ସଦସ୍ୟ ରସିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ ।