ଟିମ୍ ଇଣ୍ଡିଆକୁ ବଡ ଝଟକା ! ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେନି ବୁମରା ।

27

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଗାମୀ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଖେଳିବେ ନାହିଁ । ବୁମରାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଏକାଦଶରୁ ବାହାର ହୋଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।

ସୂଚନା ଅନୁସାରେ ବୁମରା ଆର୍ୟାରଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ଖେଳୁଥିବା ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଇଂଲଣ୍ଡରେ ଭାରତ ୩ଟି ଟି-୨୦ ଓ ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଅନ୍ୟପକ୍ଷରେ ବିସିସିଆଇ ଟିମ ଇଣ୍ଡିଆର ଗସ୍ତକୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ ଭାବେ ଦେଖିଛି । ଆସନ୍ତା ବର୍ଷ ଇଂଲଣ୍ଡରେ ବିଶ୍ୱକପ ଖେଳାଯିବ ।

ବୁମରା ଖୁବ ଶୀଘ୍ର ଭଲ ହୋଇଯିବେ ବୋଲି ଟିମ୍ ଇଣ୍ଡିଆ ଆଶା କରୁଛି । କାରଣ ସେ ଭଲ ହୋଇଗଲେ ଟେଷ୍ଟ ଶୃଙ୍ଖଳାରେ ମ୍ୟାଚ ଖେଳିପାରିବେ । ଆଶା କରାଯାଉଛି ଯେ, ବୁମରାଙ୍କ ସ୍ଥାନରେ ମୁମ୍ବାଇର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର କିମ୍ବା ରାଜସ୍ଥାନର ଦୀପକ ଚାହରଙ୍କୁ ସୁଯୋଗ ମିଳିପାରେ । ଉଭୟ ଖେଳାଳି ଚେନ୍ନାଇ ସୁପର କିଙ୍ଗସରେ ଖେଳିଛନ୍ତି ।