ବୁମରାହଙ୍କ ବଡ ରେକର୍ଡ । ଦିନିକିଆ ୧୦୦ ୱିକେଟ୍ କ୍ଲବରେ ହେଲେ ସାମିଲ, ଭାଙ୍ଗିଲେ ଜାହିର ଖାନଙ୍କ ରେକର୍ଡ ।

208

ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମରାହଙ୍କ ନାଁରେ ଆଉ ଏକ ରେକର୍ଡ । ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ବୁମରାହ । ଶ୍ରୀଲଙ୍କା ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେଙ୍କୁ ଆଉଟ୍ କରିବା ସହ ଦିନିକିଆ କ୍ରିକେଟରେ ୧୦୦ ତମ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି ବୁମରାହ । ମାତ୍ର ୫୭ଟି ମ୍ୟାଚରୁ ଏହି ଉପଲବ୍ଧି ହାସଲ କରିଛନ୍ତି ଭାରତର ଏହି ଦ୍ରୁତ ବୋଲର ।

ଅର୍ନ୍ତଜାତୀୟ ଦିନିକିଆରେ ଭାରତ ପକ୍ଷରୁ ଦ୍ରୁତ ୧୦୦ ୱିକେଟ ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବୁମରାହ । ଏହାପୂର୍ବରୁ ମହମ୍ମଦ ସାମି ୫୬ଟି ଇନିଂସରୁ ୧୦୦ ୱିକେଟ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ । ତେବେ ବୁମରାହା ପୂର୍ବତନ ଭାରତୀୟ ବୋଲର ଜାହିର ଖାନଙ୍କ ରେକର୍ଡ ଭାଙ୍ଗି ଏହି ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଜାହିର ଖାନ୍ ୬୫ଟି ମ୍ୟାଚରୁ ଦ୍ରୁତ ୧୦୦ ୱିକେଟ ହାସଲ କରିଥିଲେ ।

ଚଳିତ ବିଶ୍ୱକପରେ ବୁମରାହ ମୋଟ ୮ଟି ମ୍ୟାଚରୁ ୧୬ଟି ୱିକେଟ ହାସଲ କରିଛନ୍ତି । ତେବେ ଅର୍ନ୍ତଜାତୀୟ କ୍ରିକେଟରେ ସବୁଠୁ କମ ଇନିଂସରେ ୧୦୦ ୱିକେଟ ହାସଲ କରିବାର ରେକର୍ଡ ଆଫଗାନିସ୍ତାନର ରସିଦ୍ ଖାନଙ୍କ ନାଁରେ ରହିଛି । ରସିଦ ମୋଟ ୪୪ଟି ମ୍ୟାଚରୁ ୧୦୦ ୱିକେଟ କ୍ଲବରେ ସାମିଲ ହୋଇ ରେକର୍ଡ କରିଛନ୍ତି ।