ଭାରତରେ ୨୦୨୨ରେ ଚାଲିବ ପ୍ରଥମ ବୁଲେଟ୍ ଟ୍ରେନ୍ : ଜାଣନ୍ତୁ କ’ଣ ରହିବ ଷ୍ଟେସନଗୁଡିକର ବିଶେଷତ୍ୱ

68

ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୨ରେ ଚାଲିବ ଓ ବୁଲେଟ୍ ଟ୍ରେନ୍ ସହ ଜଡିତ ସମସ୍ତ ଜିନିଷ ବିଶେଷ ହେବ । ବୁଲେଟ୍ ଟ୍ରେନ୍ ଗୁଡିକରେ ଆଧୁନିକତା ଓ ଭାରତୀୟତାର ପରିଚୟ ନଜର ଆସୁ ବୋଲି ସରକାର ପ୍ରଚେଷ୍ଟା ଚଳାଇଛନ୍ତି । ଆଧୁନିକତାର ଛାପ ପଡିବ ଷ୍ଟେସନ ଗୁଡିକରେ । ଯେଉଁଠି ବୁଲେଟ୍ ଟ୍ରେନରେ ସମସ୍ତ ସୁଖ ସୁବିଧା ରହିବ, ଷ୍ଟେସନର ଡିଜାଇନରେ କିଛି ବିଶେଷ ସାମିଲ କରାଯାଇଛି । ଜାଣନ୍ତୁ ଏହି ଟ୍ରେନରେ କ’ଣ ସବୁ ବିଶେଷତ୍ୱ ରହିବ ।

ବୁଲେଟ୍ ଟ୍ରେନର ଷ୍ଟେସନ ୱାଲର୍ଡ କ୍ଲାସ ତ ହେବ, ସେଥିରେ ପୂର୍ଣ୍ଣ ଭାରତୀୟତାର ଝଲକ ରହିବ । ବୁଲେଟ୍ ଟ୍ରେନ୍ କୁ ନେଇ ପାଖାପାଖି ସମସ୍ତ ଷ୍ଟେସନର ଡିଜାଇନ୍ ଫାଇନାଲରେ ପହଂଚିସାରିଲାଣି । ବୁଲେଟ୍ ଟ୍ରେନ୍ ର ସୁରତ ଷ୍ଟେସନ, ବଡୋଦରା ଷ୍ଟେସନ୍ ଡାଇମଣ୍ଡ ଥିମ୍ ଉପରେ ନଜର ଆସିବ । ଏଥିରେ ବଟବୃକ୍ଷ ଝଲକ ରହିବ । ଗୁଜରାଟର ବାପି ଷ୍ଟେସନ୍ ପ୍ରବାହିତ ନଦୀ କିମ୍ବା ପାଣି ଥିମ୍ ଉପରେ ନିର୍ମିତ ହେବ । ସାବରମତୀ ଷ୍ଟେସନରେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାର ଝଲକ ରହିବ । ମୋଟାମୋଟି ଭାବେ କହିବାକୁ ଗଲେ ସରକାର ଓ ଏଜେନ୍ସି ବଡ ଲକ୍ଷ ହାସଲ କରିବା ପାଇଁ ଦ୍ରୁତ ଗତିରେ ପଦକ୍ଷେପ ନେଉଛନ୍ତି ।