ଭାରତରେ ଗଡ଼ିବ ବୁଲେଟ୍ ଟ୍ରେନ୍ ! ଅହମଦାବାଦରେ ପ୍ରକଳ୍ପର ଶିଳାନ୍ୟାସ କଲେ ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ

59

କନକ ବ୍ୟୁରୋ : ଭାରତ-ଜାପାନ ମଧ୍ୟରେ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ।  ଦୁଇଦେଶ ମଧ୍ୟରେ ନୂଆ ବନ୍ଧୁତା ଦେଖିଛି ବିଶ୍ୱ । ଆଉ ଏହାର ଫଳସ୍ୱରୂପ ଜାପାନ ସହାୟତାରେ ଦେଶର ଆରମ୍ଭ ହେବାକୁ ଯାଉଛି ବୁଲଟେ ଟ୍ରେନ । ଜାପାନ ଭଳି ଏବେ ଭାରତରେ ବି ଚାଲିବ ବୁଲେଟ ଟ୍ରେନ ।  ଅନେକ ଦିନର ସ୍ୱପ୍ନ ହେଲା ସାକାର । ଭାରତରେ ଗଡ଼ିବ ବୁଲେଟ୍ ଟ୍ରେନ୍ । ଅହମଦାବାଦରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର । ବୁଲେଟ ଟ୍ରେନର ଏହି ପ୍ରକଳ୍ପ ଅହମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ । ସରାକରଙ୍କ ତରଫରୁ କୁହାଯାଇଛି ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମସୀମାର ଏକ ବର୍ଷ ପୂର୍ବରୁ ମାନେ ୨୦୨୨ରେ ପୁରା କରାଯିବ । ଅର୍ଥାତ ୫ ବର୍ଷ ପରେ ଏହି ରୁଟରେ ଯାତ୍ରା ୮ ଘଂଟା ବଦଳରେ ହୋଇଯିବ ୩ ଘଂଟା । ଜ୍ଞାନ କୌଶଳ ସହ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ ଜାପାନ ।

ସିିଞ୍ଜୋ ଆବେ ଶିଳାନ୍ୟାସ ପରେ ନିଜର ଅଭିଭାଷଣ ରଖିଛନ୍ତି ।  ଭାରତ ଓ ଜାପାନ ମଧ୍ୟରେ ଏକ ଐତିହାସିକ ଯୁଗର ଆରମ୍ଭ ହୋଇଛି  । ନମସ୍କାର ବୋଲି କହିବା ସହ ଅଭିଭାଷଣ ଆରମ୍ଭ କରିଥିଲେ ସିଂଜୋ  । ମୋଦିଙ୍କୁ ଦୂରଦର୍ଶୀ ବୋଲି କହି ପ୍ରଶଂସା କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଏହି ଐତିହାସିକ ମୁହୁର୍ତ୍ତରେ ସାମିଲ ହୋଇଥିବାରୁ ଖୁସି ଥିବା କହିଛନ୍ତି ଜାପାନୀ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ମେକ ଇନ ଇଣ୍ଡିଆ ପାଇଁ ଜାପାନ ପ୍ରତିବଦ୍ଧ ଥିବା କହିଛନ୍ତି  ।

ଜାପାନ ଓ ଭାରତ ଏସିଆର ଦୁଇଟି ବୃହତ ଗଣତନ୍ତ୍ର । ଏହାସହ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଓ ଜାପାନ ଉଭୟଙ୍କ ସହ ରହିଛନ୍ତି  । ବୁଲେଟ ଟ୍ରେନ ବିଶ୍ୱର ସବୁଠାରୁ ସୁରକ୍ଷିତ ସେବା ଏବଂ ଦିନ ଆସିବ ସାରା ଭାରତରେ ବୁଲେଟ ଟ୍ରେନ ଚାଲିବ ବୋଲି କହିଛନ୍ତି ସିଂଜୋ ଆବେ । ଆବେ କହିଛନ୍ତି, ଭାରତ ପ୍ରଧାନମନ୍ତ୍ରୀ ମୋଦି ଜୟ ଇଣ୍ଡିଆ ଜୟ ଜାପାନର ସ୍ୱପ୍ନ ସାକର କରିବେ । ସେ କହିଛନ୍ତି, ଆଗମୀ ଥର ଯେବେ ଭାରତ ଆସିବି ସେତେବେଳେ ବୁଲେଟ ଟ୍ରେନରେ ବସିବି । ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି, ଜûପାନରେ ବୁଲେଟ ଟ୍ରେନରେ କୌଣସି ଦୁର୍ଘଟଣା ହୋଇନାହିିଁ । ଜାପାନର ବୁଲେଟ ଟ୍ରେନ ପୁରା ଦୁନିଆରେ ସବୁଠାରୁ ସୁରକ୍ଷିତ ବୁଲେଟ ଟ୍ରେନ୍ ସେବା ।

ଗୁଜରାଟ ମାଟିରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେକୁ ସ୍ୱାଗତ ବୋଲି କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବିକାଶରେ ରେଳପଥର ପ୍ରମୁଖ ଭୂମିକା ରହିଛି ଏବଂ ବୁଲେଟ ଟ୍ରେନ ଯୋଗୁଁ ଜାପାନର ବିକାଶ ହୋଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।