ବୁଲେଟ୍ ଟ୍ରେନର ନାମକରଣ କରନ୍ତୁ ଏବଂ ପାଆନ୍ତୁ ନଗଦ ଟଙ୍କା ପୁରସ୍କାର । ଜାଣନ୍ତୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ପ୍ରକ୍ରିୟା

332

ଏୟାର ଇଣ୍ଡିଆର ମହାରାଜା ଭଳି ଏବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନକୁ ମଧ୍ୟ ନୂଆ ନାମ ଓ ମାସ୍କଟ ମିଳିବ । ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏନଏଚଏସଆରସିଏଲ) ଏଥିପାଇଁ ଜାତୀୟ ସ୍ତରରେ ପ୍ରତିଯୋଗିତାର ଘୋଷଣା ବି କରିଦେଇଛି । ଯେଉଁଥିରେ ବିଭାଗର ନାମ ଓ ମାସ୍କଟର ପରାମର୍ଶ ପାଇଁ ଆବେଦନ ମାଗିଛନ୍ତି । ଏହି ଟ୍ରେନ୍ ୨୦୨୨ରେ ମୁମ୍ବାଇରୁ ଅହମଦାବାଦ ରୁଟରେ ଚାଲିବ ।

ଟ୍ରେନର ନାମ ଓ ମାସ୍କଟ ପଠାଇବାର ଶେଷ ତାରିଖ ୨୫ ମାର୍ଚ୍ଚ । ମାସ୍କଟ ଭଲ ଭାବରେ ଡିଜାଇନ୍ କରାହୋଇଥିବା ଉଚିତ୍, ଯେଉଁଥିରେ ଏନଏଚଏସଆରସିଏଲର ମୂଲ୍ୟ ଓ ଅନ୍ୟ ଜିନିଷର ଝଲକ ନଜର ଆସୁଥିବ । ବୁଲେଟ୍ ଟ୍ରେନର ନାଁ ଦିଆଯାଉଥିବା ଫଇସଲା ଦ୍ୱାରା ଏହାକୁ ଏକ ବିଶେଷ ପରିଚୟ ମିଳିବ ଏବଂ ଲୋକେ ଏହା ଜରିଆରେ ଟ୍ରେନ୍ ସହିତ ବିଶେଷ ସଂପର୍କ ଅନୁଭବ କରିବେ । ଏହି ପ୍ରତିଯୋଗିତାର ମୁଖ୍ୟ ପୁରସ୍କାର ୧ଲକ୍ଷ ଟଙ୍କା । ଯେବେକି ୧୦-୧୦ ହଜାର ଟଙ୍କା ଭାବେ ୫ଟି ସାନ୍ତ୍ୱନା ପୁରସ୍କାର ମଧ୍ୟ ଦିଆଯିବ । ନାଁ ରଖିବା ପ୍ରତିଯୋଗିତାର ବିଜେତାକୁ ପୁରସ୍କାର ରୂପେ ୫୦ହଜାର ଟଙ୍କା ଦିଆଯିବ । ମେରୀ ସରକାର ୱେବସାଇଟ-mygov.in କୁ ଯାଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ।