ସାକାର ହେବ ବୁଲେଟ ଟ୍ରେନର ସ୍ୱପ୍ନ ! ଗୁଜୁରାଟରେ ପହଞ୍ଚିଲେ ସିଂଜୋ ଆବେ

72

କନକ ବ୍ୟୁରୋ : ସାକାର ହେବ ବୁଲେଟ ଟ୍ରେନର ସ୍ୱପ୍ନ । ଜାପାନ ବଢାଇବ ସହଯୋଗର ହାତ । ଏଥିପାଇଁ ୩ଦିନିଆ ଭାରତ ଗସ୍ତରେ ଆସି ପହଚିଂଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଏଥର ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଗୁଜରାଟରେ ହେଉଛି ଦ୍ୱିପାକ୍ଷିକ ବୈଠକ । ଅହମଦାବାଦରେ ପହିଚିଂବା ପରେ ମିଳିତ ରୋଡ ଶୋ କରିଛନ୍ତି ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ୨ ଦେଶର ନେତା ଭାରତରେ ପ୍ରଥମ ବୁଲେଟ ଟ୍ରେନ ଚଳାଚଳ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିବେ ।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ସାମରମତି ଆଶ୍ରମ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପୂର୍ବରୁ ଆବେ ଅହମଦାବାଦ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୁଗ୍ମ ରୋଡ ସୋ’ରେ ସାବରମତି ଆଶ୍ରମକୁ ବାହାରିଥିଲେ । ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସିଞ୍ଜୋ ଆବେଙ୍କ ସହିତ ପତ୍ନୀ ଆକି ଆବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ଅବସରରେ ସିଞ୍ଜୋ ଆବେ ୨ ଦିନିଆ ଭାରତ ଗସ୍ତ କରିଛନ୍ତି । ସେ ଆସନ୍ତାକାଲି ମୋଦିଙ୍କ ସହିତ ଭାତରର ପ୍ରଥମ ବୁଲେଟ ଟ୍ରେନ ’ଅହମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ’ର ଶିଳାନ୍ୟାସ କରିବେ ।