ସାକାର ହେବ ବୁଲେଟ୍ ଟ୍ରେନ୍ ସ୍ୱପ୍ନ ! ଆଜି ଅହମଦାବାଦରେ ପ୍ରକଳ୍ପର ଶିଳାନ୍ୟାସ, ୨୦୨୨ ସୁଦ୍ଧା ମୁମ୍ବାଇ-ଅହମ୍ମଦାବାଦ ଯାତ୍ରା ହୋଇଯିବ ୩ ଘଂଟା

35

କନକ ବ୍ୟୁରୋ : ଭାରତ-ଜାପାନ ମଧ୍ୟରେ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୁଇଦେଶ ମଧ୍ୟରେ ନୂଆ ବନ୍ଧୁତା ଦେଖିଛି ବିଶ୍ୱ । ଆଉ ଏହାର ଫଳସ୍ୱରୂପ ଜାପାନ ସହାୟତାରେ ଦେଶର ଆରମ୍ଭ ହେବାକୁ ଯାଉଛି ବୁଲେଟ୍ ଟ୍ରେନ୍ । ଜାପାନ ଭଳି ଏବେ ଆମ ଦେଶରେ ବି ଚାଲିବ ବୁଲେଟ ଟ୍ରେନ । ଆଜି ଏହାର ଶିଳାନ୍ୟାସ କରିବେ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ । ଆଉ ୨୦୨୨ ସୁଦ୍ଧା ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଗଡିବ ବୁଲେଟ ଟ୍ରେନ । ଅର୍ଥାତ ୫ ବର୍ଷ ପରେ ଏହି ରୁଟରେ ଯାତ୍ରା ୮ ଘଂଟା ବଦଳରେ ହୋଇଯିବ ୩ ଘଂଟା । ଜ୍ଞାନ କୌଶଳ ସହ ପ୍ରକଳ୍ପ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେବ ଜାପାନ । ଭାରତରେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସିଂଜୋ ଆବେଙ୍କ ଏହି ଗସ୍ତ ଭାରତ ଓ ଜାପାନ ମଧ୍ୟରେ ବନ୍ଧୁତାର ଏକ ଅଧ୍ୟାୟ ସୃଷ୍ଟି ହେବ ।

ବୁଲେଟ୍ ଟ୍ରେନ୍ ଶିଳାନ୍ୟାସ –

– ଅହମ୍ମଦବାଦ-ମୁମ୍ବାଇ ଭିତରେ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ୍

– ୨୦୨୨ ସୁଦ୍ଧା ସରିବ ପ୍ରକଳ୍ପ କାମ, ସ୍ୱାଧୀନତାକୁ ୭୫ ବର୍ଷ ପୂରିବ

– ଜାପାନ ୮୮ ହଜାର କୋଟି ଋଣ ଦେବ, ମୋଟ ପ୍ରକଳ୍ପକ୍ସ ୮୧%

– ପ୍ରକଳ୍ପରେ ମୋଟ ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି

– ପ୍ରାରମ୍ଭିକ ପର୍ଯ୍ୟାୟରେ ଜାପାନ ୬ ହଜାର କୋଟି ଦେବ

– ୦.୧ ପ୍ରତିଶତ ସୁଧରେ ଜାପାନ ଏହି ଋଣ ଦେଉଛି

– ୧୫ ବର୍ଷ ପରେ ଭାରତ ଋଣ ଶୁଝିବା ଆରମ୍ଭ କରିବ

– ପୂରା ଋଣ ଉପରେ ମାସିକ ସୁଧ ହେବ ୭ ରୁ ୮ କୋଟି

ନିର୍ମାଣ ପାଇଁ ଆବଶ୍ୟକତା

– ୧୨୦ ଲକ୍ଷ କ୍ୟୁବିକ ମିଟର କଂକ୍ରିଟ

– ୫୫ ଲକ୍ଷ ମେଟ୍ରିକ ଟନ ସିମେଂଟ

– ୧୫ ଲକ୍ଷ ମେଟ୍ରିକ ଟନ ଷ୍ଟିଲ୍

ନିର୍ମାଣ ପରେ

– ୧୬ ହଜାର ପରୋକ୍ଷ ନିଯୁକ୍ତି

– ଟ୍ରେନ ଚାଲିବା ପରେ ୪ ହଜାର ପ୍ରତ୍ୟକ୍ଷ ନିଯୁକ୍ତି

– ୨୦ ହଜାର ନିର୍ମାଣ ଶ୍ରମିକ ଲାଭବାନ ହେବେ

ଆସନ୍ତା ୨୦୨୨ ଅଗଷ୍ଟ ୧୫ ତାରିଖରେ ଭାରତରେ ଶୁଭିବ ହାଇସ୍ପିଡ ରେଳ ବା ବୁଲେଟ୍ ଟ୍ରେନର ହ୍ୱିସିଲ । ସ୍ୱାଧୀନତାର ୭୫ ବର୍ଷରେ ଗଡ଼ିବ ବୁଲେଟ୍ ଟ୍ରେନ୍ । ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ନେଇ ଦେଶବାସୀ ବେଶ ଉତ୍ସାହିତ ଅଛନ୍ତି । ତେବେ ୬୦ ବର୍ଷ ପୂର୍ବରୁ ଜାପାନରେ ଗଡିଥିଲା ଏହି ଦ୍ରୁତଗାମୀ ଟ୍ରେନ । ଚୀନ ଓ ସାଂଘାଇ ମଧ୍ୟରେ ୨୦୦୪ ମସିହାରେ ବୁଲେଟ୍ ଟ୍ରେନ ଚଳାଚଳ କରିଥିଲା । ଅନେକ ବିକଶିତ ରାଷ୍ଟ୍ରରେ ବୁଲେଟ୍ ଟ୍ରେନର ସେବା ପାଉଛନ୍ତି ସେମାନଙ୍କ ଦେଶବାସୀ । ଏବେ ସେହି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ଭାରତ ।

ବୁଲେଟ ଟ୍ରେନ ବିଷୟରେ କିଛି ତଥ୍ୟ

– ଥରକେ ୭୫୦ ଜଣ ଏଥିରେ ଯାତାୟତ କରିପାରିବେ

– ପ୍ରତିଦିନ ୩୬ ହଜାର ଯାତ୍ରୀ ଏଥିରେ ଯାଆସ କରିପାରିବେ

– ଅହମ୍ମଦାବାଦ- ମୁମ୍ବାଇ ଭିତରେ ଦୈନିକ ୭୦ ଥର ଚାଲିବ

– ଘଂଟାକୁ ବେଗ ୨୫୦ କିମି, ସର୍ବାଧିକ ସ୍ପିଡ ରହିବ ୩୨୦ କିମି

– ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ ତୁଳନାରେ ବେଗ ଦୁଇଗୁଣା ରହିବ

– ଟ୍ରେନର ଦୂରତା ୫୦୮ କିମି, ୯୨% ଟ୍ରାକ୍ ଜମିରୁ ଉପରେ ରହିବ

– ୨୧ କିମି ଟନେଲ ରହିବ, ଏଥିରୁ ୭ କିମି ସମୁଦ୍ର ଭିତରେ

– ମୁମ୍ବାଇ-ଅହମ୍ମଦାବାଦ ଭିତରେ ୧୨ଟି ଷ୍ଟେସନ ରହିବ

– ସମସ୍ତ ଷ୍ଟେସନରେ ରହିଲେ ତିନି ଘଂଟାରୁ ସାମାନ୍ୟ ଅଧିକ ଲାଗିବ

– ୪ଟି ଷ୍ଟେସନରେ ଟ୍ରେନ ରହିଲେ ମାତ୍ର ଦୁଇ ଘଂଟା ଲାଗିବ

– ଅଗଷ୍ଟ ୧୫, ୨୦୨୨ରେ ଟ୍ରେନ ଗଡିବା ନେଇ ରେଳମନ୍ତ୍ରୀଙ୍କ ସୂଚନା

ବୁଲେଟ ଟ୍ରେନ ବିଷୟରେ କିଛି ରୋଚକ ତଥ୍ୟ –

– ସିଙ୍କାନସେନ ହାଇସ୍ପିଡ ଟେକ୍ନୋଲୋଜିରେ ଟ୍ରେନ ଚାଲିବ

– ପ୍ରଥମେ ଟ୍ରେନର ଗତି ୨୧୦ କିମି ପ୍ରତି ଘଂଟା ଥିଲା, ଏବେ ୩୨୦ କିମି

– ୨୦୦୨ ଯାଏଁ ଏହା ଥିଲା ବିଶ୍ୱର ସବୁଠାରୁ ଦ୍ରୁତଗାମୀ ଟ୍ରେନ

– ୧୯୬୪ରୁ ସିଙ୍କାନସେନ ହାଇସ୍ପିଡ ଟ୍ରେନ ଦୁର୍ଘଟଣାର ଶିକାର ହୋଇନାହିଁ

– ଭୁମିକଂପ ହେଲେ ମଧ୍ୟ ସେଥିରୁ ରକ୍ଷା ପାଇବାକୁ ଏଥିରେ ବ୍ୟବସ୍ଥା

– ମୁମ୍ବାଇ-ଅହମ୍ମଦାବାଦକୁ ଛାଡି ଆଉ ୬ଟି ରୁଟରେ ବୁଲେଟ ଟ୍ରେନ ଯୋଜନା

– ଯାତ୍ରା ପିଛା ୩ ହଜାରରୁ ୫ ହଜାର ଟଙ୍କା ଦେୟ ପଡିପାରେ