କଶ୍ମୀର ସୋପିଆନରୁ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର ! ଗତକାଲି ଲେଫଟନାଂଟଙ୍କୁ ତାଙ୍କ ଘରୁ ଅପହରଣ କରିଥିଲେ ଆତଙ୍କବାଦୀ

27

କନକ ବ୍ୟୁରୋ: କଶ୍ମୀରର ସୋପିଆନରେ ଆଜି ସକାଳୁ ଜଣେ ସେନା ଅଧିକାରୀଙ୍କ ମୃତଦେହ ମିଳିଛି । ଗତକାଲି ରାତିରେ ଆତଙ୍କବାଦୀମାନେ ଲେଫଟନାଂଟ ଉମର ଫୟାଜଙ୍କୁ ଅପହରଣ କରିଥିଲେ । ଘଟଣା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଉମରଙ୍କ ଶରୀରକୁ ଗୁଳି କରାଯାଇଛି । ସେ ସେନାରେ ଡାକ୍ତର ଥିଲେ । ତାଙ୍କୁ ଘରୁ ହିଁ ଉମରଙ୍କୁ ଅପହରଣ କରାଯାଇଥିଲା ।

ମେ’ ପହିଲାରେ ଜାମ୍ମୁର ନିୟନ୍ତ୍ରଣ ସୀମାରେଖାରେ ପାକିସ୍ତାନ ଆକ୍ରମଣ କରିଥିଲା । ଏଥିରେ ଦୁଇଜଣ ଯବାନ ସହିଦ ହୋଇଥିଲେ । ଏହାର କଡା ଜବାବ ଭାରତୀୟ ସେନା ଦେଇଥିଲା । ଭାରତୀୟ ସେନାର ଆକ୍ରମଣରେ ପାକର କିଛି ବଂକର ଓ ପୋଷ୍ଟ ଧ୍ୱଂସ ହୋଇଥିଲା । ପରେ ସୋପିଆରେ ସେନା ପକ୍ଷରୁ ବଡ ଅପରେସନ ଆରମ୍ଭ କରାଯାଇଥିଲା ।