ବିଚ୍ଛିନ୍ନାଂଚଳ ପାଇଁ ଆସିବ ବୁଲେଟ୍ ପ୍ରୁଫ୍ ବୋଟ୍ ! ଜୋରଦାର ହେବ ମାଓବାଦୀ ବିରୋଧୀ ଅଭିଯାନ

43

କନକ ବ୍ୟୁରୋ : ଖୁବ ଶୀଘ୍ର ଓଡିଶାର ମାଓ ପ୍ରଭାବିତ ବିଚ୍ଛିନ୍ନାଂଚଳରେ ପାଟ୍ରୋଲିଂ କରୁଥିବା ବିଏସଏଫ ଯବାନଙ୍କୁ ବୁଲେଟ୍ ପ୍ରୁଫ୍ ବୋଟ୍ ଯୋଗାଇ ଦିଆଯିବ । ଏନେଇ ବିଏସଏଫ୍ ଡିଜି ଓ ଓଡିଶା ପୋଲିସ ଡିଜିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆସନ୍ତା ୨-୩ ମାସ ମଧ୍ୟରେ ଏହି ବୋଟ୍ ମିଳିଯିବ ବୋଲି କହିଛନ୍ତି ବିଏସଏଫ ଡିଜି କ୍ରିଷ୍ଣା କୁମାର ଶର୍ମା ।

ଏହା ଛଡା ବିଏସଏଫ ଓ ଓଡିଶା ପୋଲିସ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ମଧ୍ୟ କରାଯିବ । ଫଳରେ ଉପଯୁକ୍ତ ସମନ୍ୱୟ ସହ ଏହି ଦୁଇ ବାହିନୀ ମାଓବାଦୀ ବିରୋଧରେ ଲଢେଇ କରିପାରିବେ ବୋଲି ଆଲୋଚନା ହୋଇଛି । ବୈଠକରେ ବିଏଶଏଫ ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।