ରାଜନୈତିକ ଦଳର ସ୍ୱଚ୍ଛତା ଉପରେ ଉଠିଲା ପ୍ରଶ୍ନ ? ୧୧ ବର୍ଷରେ ଅଜଣାସୂତ୍ରରୁ ପାଇଛନ୍ତି ପ୍ରାୟ ୭୮୩୩ କୋଟି ଟଙ୍କା

32

କନକ ବ୍ୟୁରୋ: ରାଜନୈତିକ ଦଳଙ୍କ ପାଣ୍ଠି ନେଇ ଆସିଛି ଚାଂଚଲ୍ୟକର ତଥ୍ୟ । ଦେଶର ରାଜନୈତିକ ଦଳ ମାନେ ଗତ ୧୧ ବର୍ଷ ମଧ୍ୟରେ ଅଜଣାସୂତ୍ରରୁ ପାଇଛନ୍ତି ପ୍ରାୟ ୭୮୩୩ କୋଟି ଟଙ୍କା ପାଇଛନ୍ତି । ଏହି ତଥ୍ୟ ଦେଇଛି ଦିଲ୍ଲୀ ସ୍ଥିତ ଏକ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ।

ରିପୋର୍ଟ ଅନୁସାରେ ୨୦୦୪-୦୫ରୁ ୨୦୧୪-୧୫ ମଧ୍ୟରେ ଦଳକୁ ମିଳିଥିବା ପାଣ୍ଠିର ଏହି ଅର୍ଥ ହେଉଛି ୬୯ ପ୍ରତିଶତ । ଏହା ସହ କଂଗ୍ରେସ ଓ ବିଜେପି ଅଧିକ ପରିମାଣରେ ଏହି ଅର୍ଥ ପାଇଥିବା ଏଡିଆର ପକ୍ଷରୁ ଉଲ୍ଲେଖ କରାଯାଇଛି । ଏହି ୧୧ ବର୍ଷ ମଧ୍ୟରେ ଦେଶର ସମସ୍ତ ଜାତୀୟ ଓ ଆଂଚଳିକ ରାଜନୈତିକ ଦଳ ୧୧ ହଜାର ୩୬୭ କୋଟି ୩୪ ଲକ୍ଷ ଟଙ୍କା ଆୟ କରିଛନ୍ତି । ସେଥିମଧ୍ୟରୁ ୧୮୩୫ କୋଟି୬୩ ଲକ୍ଷ ଟଙ୍କାର ଚାନ୍ଦା ଜଣାଶୁଣା ଦାତାଙ୍କଠାରୁ ମିଳିଛି । ଏହା ମୋଟ ଆୟର ମାତ୍ର ୧୬ ପ୍ରତିଶତ ।

ଏହାଛଡା ସଂପତିବିକ୍ରି, ସଦସ୍ୟ ଫି, ବ୍ୟାଙ୍କ ସୁଧ ଆଦିରୁ ୧୬୯୮ କୋଟି ୭୩ ଲକ୍ଷ ଟଙ୍କା ଆଦାୟ ହୋଇଛି । ଏହା ମୋଟ ଆୟର ମାତ୍ର ୧୫ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ସମୟରେ କଂଗ୍ରେସ ମୋଟ ଆୟର ୮୩ ପ୍ରତିଶତ ଓ ବିଜେପି ଦଳର ମୋଟ ଆୟର ୬୫ ପ୍ରତିଶତ ଚାନ୍ଦା ଅଜଣା ସୂତ୍ରରୁ ପାଇଥିବା କୁହାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-