କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘରକୁ ବରଯାତ୍ରୀ ନେଇଯିବେ ସମୀନା ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ । 

56

ବହୁବିବାହ ଏବଂ ହଲାଲା ମାମଲାରେ ସୁପ୍ରିମକୋର୍ଟରେ ଯାଚିକା ସବମିଟ୍ କରିଥିବା ଡା.ସମୀନାଙ୍କ କହିବାନୁସାରେ, “ମହାଗଠବନ୍ଧନ ନେତା ତିନ୍ ତଲାକ୍ ମାମଲାରେ ବାଧା ଉପୁଜାଉଛନ୍ତି । ରାହୁଲ ଗାନ୍ଧି ଯଦି ବିଲ୍ ପାସ୍ କରିବାରେ ସହଯୋଗ କରୁନାହାନ୍ତି ତେବେ ଏହାର ଅର୍ଥ ହେଉଛି ସେ ବହୁବିବାହକୁ ସମର୍ଥନ କରୁଛନ୍ତି । ଏମିତିରେ ତାଙ୍କୁ ଛାଡପତ୍ର ପାଇଥିବା ୪ ମହିଳାଙ୍କୁ ବିବାହ କରିବାକୁ ପଡିବ ଏବଂ ରାହୁଲ ଯଦି ଏଭଳି କରିପାରୁନାହାନ୍ତି ତେବେ ମୁଁ ତାଙ୍କ ଘରକୁ ବରଯାତ୍ରୀ ନେଇ ଯିବି ।”

ବୁଲନ୍ଦସହରର ଡା.ସମୀନା ନିଜେ ଜଣେ ତିନ୍ ତଲାକ୍ ପୀଡିତା । ସେ ଏବଂ ଅନ୍ୟ ୬ ଜଣ ମହିଳା ବହୁବିବାହ,ନିକାହ-ହଲାଲା ଭଳି ମାମଲାକୁ ଅସମ୍ବିଧାନିକ କରିବା ପାଇଁ ସୁପ୍ରିମ କୋର୍ଟରେ ଯାଚିକା ସବମିଟ୍ କରିଥିଲେ । ତେବେ ତିନ୍ ତଲାକ୍ ବିଲକୁ ସଂସଦରେ ରୋକିବା ପାଇଁ ଅଲ୍ ଇଣ୍ଡିଆ ମୁସଲିମ୍ ବ୍ୟକ୍ତିଗତ ଆଇନ୍ ବୋର୍ଡ,ଦେବବନ୍ଦ ସମର୍ଥକ ଏବଂ ମହାଗଠବନ୍ଧନ ନେତା ମଧ୍ୟ ଏକମତ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସପା ଅଧ୍ୟକ୍ଷ ଅଖିଲେଷ୍ ଯାଦବ ମଧ୍ୟ ଏହି ଦଳକୁ ସମର୍ଥନ କରୁଛନ୍ତି । 

 

ଯଦି ବହୁବିବାହ ପ୍ରଥାକୁ ରାହୁଲ ସମର୍ଥନ କରୁଛନ୍ତି ତେବେ ଛାଡପତ୍ର ପାଇଥିବା ୪ ମହିଳାଙ୍କୁ ରାହୁଲ ବିବାହ କରନ୍ତୁ ଏବଂ ଅଖିଲେଷ୍ ମଧ୍ୟ ଏଭଳି କରିବାକୁ ଡା.ସମୀନା କହିଛନ୍ତି । ଆଉ ଯଦି ରାହୁଲ ଏଭଳି କରିପାରିବେ ନାହିଁ ତେବେ ସମୀନା ନିଜେ ତାଙ୍କ ଘରକୁ ବରଯାତ୍ରୀ ନେଇ ଯିବେ ବୋଲି ସେ କହିଥିଲେ ।