ବିରଳ ଚୁମ୍ବନ ଫଟୋ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଚିତାବାଘ ମଇଁଷିର ଚୁମ୍ବନ ଫଟୋ ।

65

ସୋସିଆଲ୍ ମିଡିଆରେ ଗୋଟିଏ ଫଟୋ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଗଛ ଉପରେ ବସିଥିବା ଗୋଟିଏ ଚିତାବାଘ ଗଛତଳେ ଥିବା ଏକ ମଇଁଷିକୁ ଚୁମ୍ବନ କରୁଥିବା ଦୃଶ୍ୟ ରହିଛି । ଏହି ଫଟୋ ଦକ୍ଷିଣ ଆଫ୍ରିକାର ଏକ ଅଭୟାରଣ୍ୟରୁ ନିଆଯାଇଛି । ଏହି ଫଟୋ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ଯେ ଏହା କିପରି ହେଲା । ଜଣେ ମାସାଂହାରୀ ହୋଇଥିବା ବେଳେ ଅନ୍ୟ ଜଣେ ଶାକାହାରୀ ଏହା ଚମତ୍କାରଠାରୁ ଆଉ କିଛି ନୁହେଁ । କିନ୍ତୁ ଅସଲ ଘଟଣା ହେଉଛି ମଇଁଷିଙ୍କ ଏକ ଛୁଆକୁ ଚିତାବାଘଟି ଆକ୍ରମଣ କରୁଥିବା ବେଳେ ମଇଁଷିମାନଙ୍କ ଏକ ବଡ ଗୋଷ୍ଠୀ ଚିତାବାଘକୁ ଚାରିଆଡୁ ଘେରି ଯାଇଥିଲେ । ବହୁ ମାତ୍ରାରେ ମଇଁଷିଙ୍କୁ ଦେଖି ଚିତାବାଘଟି ଡରି ଗଛ ଉପରକୁ ଚଢିଯାଇଥିଲା । ଠିକ୍ ସେତେବେଳେ ଉକ୍ତ ସ୍ଥାନରେ ବରିଷ୍ଠ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ବେନେଟ୍ ମନ୍ଥୋସୀ ଉପସ୍ଥିତ ଥିଲେ ଯେ ଏହି ଫଟୋକୁ ନିଜ କ୍ୟାମେରାରେ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ । ମନ୍ଥୋସୀଙ୍କୁ ଏହି ଫଟୋ ଉତ୍ତୋଳନ କରିବା ପାଇଁ ବହୁ କଷ୍ଟ କରିବାକୁ ପଡିଥିଲା । ମନ୍ଥୋସୀ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ଯେତେବେଳେ ମଇଁଷି ଛୁଆକୁ ବଞ୍ଚାଇବା ପରେ ଚିତାବାଘକୁ ଶୁଙ୍ଘିବା ପାଇଁ ଚେଷ୍ଟା କରିଥିଲା ଏବଂ ଠିକ୍ ସେତେବେଳେ ଚିତାବାଘ ମଧ୍ୟ ନିଜ ନାକକୁ ମଇଁଷିର ନାକ ସହ ଯୋଡିଦେଇଥିଲା ।