ଚାନ୍ଦବାଲିରେ ମଇଁଷି ମଡ଼କ ! ୬ ଦିନରେ ଅଜଣା ରୋଗରେ ଦେଢଶହରୁ ଅଧିକ ମଇଁଷିଙ୍କର ମୃତ୍ୟୁ, କ୍ଷତିପୂରଣ ଦାବି

119

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ । ୬ ଦିନରେ ଅଜଣା ରୋଗରେ ଦେଢଶହରୁ ଅଧିକ ମଇଁଷିଙ୍କର ମୃତ୍ୟୁ ହେଲାଣି । ଖଟୁଆପାଟଣା ଗାଁରେ ୨୭ଟି ପରିବାର ୩ଶହରୁ ଅଧିକ ମଇଁଷି ଚାଷ କରିବ ପରିବାର ପ୍ରତିପୋଷଣ କରନ୍ତି । ମଇଁଷି ଗୁଡ଼ିକର ମୃତ୍ୟୁ ପରେ ଲକ୍ଷଲକ୍ଷ ଟଙ୍କା କ୍ଷତିରେ ସହୁଛନ୍ତି ଚାଷୀ । ରାତିଦିନ ଏକ କରି ମଇଁଷି ଗୋଠରେ ଜଗି ବସିଛନ୍ତି ପଶୁପାଳକ ।

ପଶୁ ଚିକିତ୍ସକମାନେ ମଇଁଷି ମୃତ୍ୟୁର କାରଣ ଖୋଜି ପାଉନଥିବା ବେଳେ ଚାଷୀ କ୍ଷତିପୂରଣ ପାଇଁ ଦାବି କରିଛି । ତେବେ ଏଯାଏଁ ୧୫୦ରୁ ଅଧିକ ମଇଁଷଙ୍କର ମୃତ୍ୟୁ ହୋଇଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୭୦ ରହିଛି । ଗାଁର ଚତୁଃ ପାର୍ଶ୍ୱରେ ମଇଁଷିଙ୍କ କୁଢ଼କୁଢ଼ ମୃତଦେହ ଗଦା ହୋଇଥିବା ଯୋଗୁଁ ସଂକ୍ରମଣ ନିକଟସ୍ଥ ସୁନ୍ଦରପୁର ଓ ତଳଦୁମୁକା ଗାଁକୁ ବ୍ୟାପିଥିବା ଅଭିଯୋଗ ହେଉଛି ।